ପ୍ରିୟଦର୍ଶୀ ମିଶ୍ରଙ୍କୁ ଜାତୀୟ ଗୌରବ ସମ୍ମାନ

0

ନନ୍ଦନକାନନ : ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମାଜସେବା, ଲୋକପ୍ରିୟତା ଓ ଆଦର୍ଶ ବିଧାୟକ ପାଇଁ ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନଠାରେ ଇଣ୍ଡିଆନ ବ୍ରେଭହାର୍ଟ ସଂସ୍ଥା ଦ୍ୱାରା ଆୟୋଜିତ ଏକ ଉତ୍ସବରେ ଜାତୀୟ ଗୌରବ ସମ୍ମାନ-୨୦୧୮ରେ ସମ୍ମାନିତ କରାଯାଇଛି। ପ୍ରକାଶଥାଉକି, ୨୦୧୩ ବର୍ଷ ପାଇଁ ନୂଆଦିଲ୍ଲୀସ୍ଥିତ ଫ୍ରେଣ୍ଡସିପ୍‍ ଫୋରମ ସଂସ୍ଥା ଦ୍ୱାରା ଇନ୍ଦିରା ଗାନ୍ଧୀ ଏକ୍ସଲେନ୍ସ ଆୱାର୍ଡ ଦ୍ୱାରା ବିଧାୟକ ଶ୍ରୀ ମିଶ୍ରଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ଖବର ଚାରିଆଡେ ପ୍ରସାରିତ ହେବା ପରେ ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଦାଢ଼ା ପଞ୍ଚାୟତ ତରଫରୁ ବିଧାୟକ ଶ୍ରୀ ମିଶ୍ରଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ନ୍ଧନା କରାଯାଇଥିଲା।

Leave A Reply