ପ୍ରିୟା ପ୍ରକାଶଙ୍କ ବିରୁଦ୍ଧରେ ଅଭିଯୋଗ ସୁପ୍ରିମକୋର୍ଟଙ୍କ ଖଣ୍ଡନ

0

ମୁମ୍ବଇ : ଶୁକ୍ରବାର ସୁପ୍ରିମକୋର୍ଟ ରାତାରାତି ଲୋକପ୍ରିୟ ହାସଲ କରିଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅରଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅଭିଯୋଗକୁ ବିଚାର କରିବା ସମୟରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ର ଶୁଣାଣି କରି ଏହା ଏକ ସଙ୍ଗୀତ ଏଥିରେ କୌଣସି ଧର୍ମକୁ ଆଘାତ କରିବାଭଳି ପ୍ରଦର୍ଶନ କରାଯାଇ ନାହିଁ ବୋଲି କହିଛନ୍ତି। ଅଭିଯୋଗକାରୀ ମୁକିଥ ଖାନ୍‍ ଓ ଜହୀର ଉଦ୍ଦିନ ଅଲ୍ଲୀ ଖାନ ଥାନାରେ ଏତଲା ଦେଇ କହିଥିଲେ ପ୍ରିୟା ପ୍ରକାଶ ୱାରିଅରଙ୍କ ପ୍ରଦର୍ଶନ ମୁସଲିମ ଧର୍ମକୁ ଆଘାତ ଦେଇଛି। କାରଣ ମୁସଲିମ ଝିଅମାନେ ଆଖି ଠାର ମାନନ୍ତି ନାହିଁ। ଆଇପିସି ଧାରା ୨୯୫ଏ ଅଧୀନରେ ଅଭିନେତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତାଙ୍କ ବିରୋଧରେ ଆଗାମୀ ଦିନରେ ଆଉ କୌଣସି ମାମଲା ରୁଜୁ କରିବାରୁ ନିବୃତ୍ତ ରହିବାକୁ ଖଣ୍ଡପୀଠ ନିର୍ଦେଶ ନେଇଛନ୍ତି। ଉକ୍ତ ଚଳଚ୍ଚିତ୍ରରେ ଆଖିଠାର ଦୃଶ୍ୟ ରହିଥିଲେ ମଧ୍ୟ ତାହା ଧାରା ୨୯୫ ଅଧୀନରେ ଆସେ ନାହିଁ ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ ପ୍ରିୟା ପ୍ରକାଶ ମାଲାୟଲମ ଚଳଚ୍ଚିତ୍ର ‘ଓରୁ ଅଦା ଲଭ’ର ଏକ ଗୀତରେ ନିଜର ସହ ଅଭିନେତାଙ୍କୁ ଦେଖି ଆଖିଠାର ମାରିଥିଲେ। ଅଭିନେତ୍ରୀ ପ୍ରିୟାଙ୍କ ପକ୍ଷରୁ ଅଦାଲତରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଏହି ସତ୍ୟପାଠରେ ପ୍ରିୟା ଉଲ୍ଲେଖ କରିଥିଲେ ଯେ, ଏହା ଏକ ପାରମ୍ପରିକ ଗୀତ। ଉତ୍ତର କେରଳର ମାଲବାର ଅଞ୍ଚଳର ମୁସଲିମ ଲୋକମାନେ ଏହି ଗୀତ ଗାଇଥାନ୍ତି। ଗୀତରେ କୌଣସି ଧର୍ମକୁ ଆଘାତ କରିବାପରି ଅଭିନୟ କରାଯାଇନଥିଲା। ଅଭିଯୋଗକାରୀ ମାନେ ଗୀତଟିକୁ ଭୁଲ ଅର୍ଥରେ ନେଇଛନ୍ତି। ବିଦ୍ୟାଳୟ ଛାତ୍ରଛାତୀ ମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି।

Leave A Reply