ଟ୍ବିଟର ଶୁଭେଚ୍ଛାକୁ ନେଇ ଅଡୁଆରେ ପ୍ରୀତି

0

ନୂଆଦିଲ୍ଲୀ : ଦୀର୍ଘ ୭୧ ବର୍ଷ ପରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ଟେଷ୍ଟ ସିରିଜ ଜିତିବାପରେ ଚାରିଆଡୁ ଭାରତୀୟ ଦଳକୁ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି। ବଲିଉଡ ଅଭିନେତ୍ରୀ ତଥା ଆଇପିଏଲ ଫ୍ରାଞ୍ଚାଇଜି କିଙ୍ଗ୍‌ସ ଏକାଦଶ ମାଲିକାଣୀ ପ୍ରୀତି ଜିଣ୍ଟା ମଧ୍ୟ ଏହି ଧାରାରେ ସାମିଲ ହୋଇଛନ୍ତି। ତେବେ ଶୁଭେଚ୍ଛା ଜଣାଇବାକୁ ଯାଇ ପ୍ରୀତି କ୍ରିକେଟପ୍ରେମୀଙ୍କ ସମାଲୋଚନାର ଶରବ୍ୟ ହୋଇଛନ୍ତି। ପ୍ରୀତି ତାଙ୍କର ଟ୍ବିଟର ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ଯେ ’ଏସୀୟ ରାଷ୍ଟ୍ରଭାବେ ଅଷ୍ଟ୍ରେଲିଆରେ ପ୍ରଥମ ଥର ଟେଷ୍ଟ ଜିତିଥିବାରୁ ଭାରତୀୟ ଖେଳାଳିଙ୍କୁ ଅଭିନନ୍ଦନ’। ତେବେ ପ୍ରୀତି ଭୁଲିଯାଇଛନ୍ତି ଯେ ପ୍ରଥମ ଟେଷ୍ଟ ବିଜୟ ପରିବର୍ତ୍ତେ ଏହା ହେଉଛି ଭାରତର ପ୍ରଥମ ଟେଷ୍ଟ ସିରିଜ ବିଜୟ। କେତେକ ପ୍ରଶଂସକ ଟ୍ବିଟରରେ ପ୍ରୀତିଙ୍କ ବାର୍ତ୍ତାକୁ ସଂଶୋଧନ କରିଥିବାବେଳେ ଆଉ କେତେକ ତାଙ୍କର ଅଜ୍ଞତାକୁ ତିରସ୍କାର କରିଛନ୍ତି।

Leave A Reply