ଜେଲରୁ ଅପରାଧୀଙ୍କ ଚମ୍ପଟ ଉଦ୍ୟମ

0

ବଲାଙ୍ଗୀର : ପାଟଣାଗଡ଼ ଜେଲରୁ ଗୁରୁବାର ୭ ଡକାୟତ ଚମ୍ପଟ ହେବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଖସି ଯିବାକୁ ଉଦ୍ୟମ କରିବା ବେଳେ ଗେଟ୍‍ ନିକଟରେ ଜେଲ କର୍ମଚାରୀ ଓ ଡକାୟତଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଜେଲ କର୍ମଚାରୀ ଆଲାର୍ମ ବଜାଇବା ସହ ଡକାୟତଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି।

ସୂଚନା ଅନୁସାରେ, ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର ଉକ୍ତ ଡକାୟତ ଦଳଙ୍କୁ ଉସୁକାଉଥିବା ଅଭିଯୋଗ ହୋଇଛି। ପୁଞ୍ଜିଲାଲ କିଛିଦିନ ହେବ ପାଟଣାଗଡ଼ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ହେବାକୁ ଚାହୁଁଛି। ତେଣୁ ସ୍ଥାନାନ୍ତର କରାଯାଉ ନଥିବାରୁ ସେ ଡକାୟତଙ୍କୁ ଉସୁକାଉଛି ବୋଲି ପାଟଣାଗଡ଼ ଜେଲ ଅଧୀକ୍ଷକ ପ୍ରଦୀପ୍ତ ମହାଲିଙ୍ଗମ ସୂଚନା ଦେଇଛନ୍ତି।

Leave A Reply