ଉପ-କାରାଗାରରୁ କଏଦୀ ଚମ୍ପଟ

ମୋହନା : ଗଜପତି ଜିଲ୍ଲା ଆର.ଉଦୟଗିରି ଉପ-କାରାଗାର ମଧ୍ୟରୁ ଆଜି ଦୁଇ କଏଦୀ ଚମ୍ପଟ ମାରିଛନ୍ତି। ସୂଚନା ପ୍ରକାରେ ଆଜି ସକାଳ ସାଢେ ୯ଟା ସମୟରେ ଦୁଇ ଜଣ କଏଦୀ ପାଚେରୀ ଡେଇଁ ଫେରାର ହୋଇ ଯାଇଥିଲେ । ସେମାନେ ହେଲେ ପୁରୀ ବ୍ରହ୍ମଗିରି ଅଞ୍ଚଳର ସରତ କୁମାର ଦେ (୨୮) ଅନ୍ୟଜଣେ ହେଲେ ଅଡବା ଅଞ୍ଚଳର କରୁଣା ଗମାଙ୍ଗ (୨୫) । ତେବେ ଦୁଇ କଏଦୀ ଫେରାର ଘଟଣା ଜାଣିବା ପରେ ଆର.ଉଦୟଗିରି ଉଭୟ ସବ୍‌ଜେଲ ଓ ପୁଲିସ ଥାନାର ମିଳିତ ଉଦ୍ୟମରେ କଏଦୀ ମାନଙ୍କୁ ଖୋଜାଖୋଜି ଜାରି ରହିଥିବା ସମୟରେ ସୁମନ ଗ୍ରାମ ନିକଟ ତୁମନ ପାହାଡ଼ ଉପରେ ବ୍ରହ୍ମଗିରି ଅଞ୍ଚଳର ଶରତ କୁମାର ଦେ କୁ କାବୁ  କରିଥିଲେ। ଅନ୍ୟ ଜଣେ କଏଦୀ ଅଡବା ଥାନା ନିକଟ ଗୁଣ୍ଡିମା ଅଞ୍ଚଳର କରୁଣା ଗମାଙ୍ଗର ବର୍ତ୍ତମାନ ସୁଦ୍ଧା ଖୋଜ ଖବର ମିଳିନାହିଁ । ଖବର ନେବା ସମୟରେ ଉପ-କାରାଗାର ଅଧିକାରୀ କେଦାର ନାଥ ବେହେରାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା ।

Comments are closed.