ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପୂର୍ବରୁ ଗୁରୁୁମନ୍ତ୍ର ଦେଲେ ବିଧାୟକ

କଲମପୁର: ଆଗକୁ ଆସୁଛି ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ। ଏଥିପାଇଁ ଏବେ ଠାରୁ ବିଭିନ୍ନ ଦଳ ନିଜ ନିଜ ସଂଗଠନର ଦୃଢତା ଉପରେ ଗୁରୁତ୍ୱ ଦେଉଛନ୍ତି। କିଏ ପଦଯାତ୍ରା କରି ନିଜ ଦଳ ପ୍ରତି ଲୋକହ୍‍କୁ ଆକୃଷ୍ଟ କରୁଛି ତ କିଏ କର୍ମୀ ସମ୍ମିଳନୀ କରି ନିଜ ନିଜ ଲୋକ ବଳ ଗୋଟାଇବାର ପ୍ରୟାସ କରୁଛନ୍ତି। ପୁଣି କେଉଁ ଦଳ ବନ୍ଧୁମିଳନ ନାଁରେ ନିଜ ସଂଗଠନ ସଜାଡିବାରେ ଲାଗିଛି।

କଲମପୁର ବ୍ଲକ ବିଜୁ ଜନତା ଦଳ ତରଫରୁ ବନ୍ଧକନା ପଂଚାୟତ ପଡିଆ ଠାରେ ବ୍ଲକ ସଭାପତି ନବିନ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବନ୍ଧକନା ଓ ହାରାମାଲ ପଂଚାୟ କର୍ମୀଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଆୟୋଜିତ ହେଇଯାଇଛି। ଏଥିରେ ଧର୍ମଗଡ ବିଧାନ ସଭା ସଭ୍ୟ ମୌଷଧି ବାଗ ଯୋଗ ଦେଇ ନିଜ ନିଜ କର୍ମୀଙ୍କୁ ସଂଗଠିତ କରିବା ସହ ସଂଗଠନ ର ଦୃଢତା ନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସାଧାରଣ ନିର୍ବାଚନ ୨୦୧୯ରୁ ୨୦୨୧ ଦୁଇ ବର୍ଷ ମଧ୍ୟରେ ନେତୃବୃନ୍ଦଙ୍କ ଅବହେଳା କାରଣରୁ ସଂଗଠନ ଅନେକ ମାତ୍ରରେ ହୁଗୁଳି ଯାଇଥିବା କର୍ମୀ ମାନେ ମତବ୍ୟକ୍ତ କରିଥିଲେ। ତୃମମୂଳସ୍ତରର କର୍ମୀ ଏବେ ଅବହେଳିତ ହେଇଯାଇଥିବା କାରଣରୁ ସଂଗଠନରୁ ଦୂରେଇ ଯାଇଛନ୍ତି। ସେମାନଙ୍କୁ ପୁନଃ ସଂଗଠନ ପ୍ରତି ଆକୃଷ୍ଟ କରାଇବା ସହ ରାଜ୍ୟ ସରକାର ବିଭିନ୍ନ ସମୟରେ ନେଉଥିବା ଜନ ଉନ୍ନୟନମୂଳକ ପଦକ୍ଷେପ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବା ପାଇଁ କ୍ରମୀର୍କତ୍ର ହେବାର ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।

ନବୀନ ପଟ୍ଟନାୟକ ଶାସନ ସମୟରେ ଅନେକ ବିକାଶମୂଳକ କାର୍ଯ୍ୟ ହେଇଥିଲେ ମଧ୍ୟ ଏବେ ମଧ୍ୟ ବହୁ ହିତାଧିକାରୀ ଅନେକ ଯୋଜନାରୁ ବଂଚିତ ହେଉଛନ୍ତି। ତେଣୁ ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ କର୍ମୀ ମାନେ ଅନୁରୋଧ କରିଥିଲେ। ଅନ୍ୟପଟେ ୱାର୍ଡ ସ୍ତରରୁ ସଂଗଠନ ମଜଭୁତ କରିବା ପାଇଁ ପ୍ରତ୍ୟେକ ୱାର୍ଡ କମିଟି ଗଠନ ଉପରେ ବରିଷ୍ଠ ନେତା ଜିତେନ୍ଦ୍ର ନାରାୟଣ ସିଂହଦେଓ ମତବ୍ୟକ୍ତ କରିଥିଲେ। ଏଥିରେ ବ୍ଲକ ବିଜୁ ମହିଳା ସଂଗଠନର ସଭାନେତ୍ରୀ ତଥା ବନ୍ଦକନା ସରପଂଚ ମଧୁଛନ୍ଦା ଭଞ୍ଜଙ୍କ ସମେତ ବହୁ କର୍ମୀ ଯୋଗ ଦେଇ ନିଜ ନିଜ ଅଂଚଳର ସମସ୍ୟା ଉପସ୍ତାପିତ କରିବା ସହ ସମାଧାନ ପାଇଁ ବିଧାୟକଙ୍କୁ ଅନୁରୋଧ କରିଥିଲେ। ବିଧାୟକ ଶ୍ରୀ ବାଗ ତୁରନ୍ତ ଏସେବୁ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାପାଇଁ ପ୍ରତିଶୃତି ଦେଇଛନ୍ତି।

Comments are closed.