ନିଲମ୍ବିତ କରିବାରୁ ପ୍ରିନସ୍‌ପାଲ୍‌ଙ୍କୁ ଗୁଳି କଲା ଛାତ୍ର

0

ମୀରଟ.- ଖରାପ ବ୍ୟବହାର ପାଇଁ ଜଣେ ଛାତ୍ରକୁ ମହାବିଦ୍ୟାଳୟରୁ ନିଲମ୍ବିତ କରିବାରୁ ଛାତ୍ରଜଣଙ୍କ ଏକ ମହାବିଦ୍ୟାଳୟର ପ୍ରିନସ୍‌ପାଲଙ୍କୁ ଗୁଳି କରିଛି । ଏହି  ଛାତ୍ର ଗତ ୧୫  ଦିନ ଧରି  ଉତ୍ତର ପ୍ରଦେଶର ବିଜୋନର ଜିଲ୍ଲର ରୂପାର ଗ୍ରାମରେ ଥିବା ଶ୍ରୀ ସାଇ ଇଣ୍ଟର କଲେଜ୍‌ରେ ନାମ ଲେଖାଇଥିଲା ।

୧୭ ବର୍ଷିୟ ଏହି ନାବାଳକ ନିଲମ୍ବିତ ହେବାପରେ ନିଜ ମାଆଙ୍କ ସହ ମହାବିଦ୍ୟାଳୟକୁ ଆସିଥିଲା । ସେ କିଛି ଛାତ୍ରଙ୍କ ସହ ମାରପିଟ୍‌ କରିବାରୁ ତାକୁ ନିଲମ୍ବିତ କରାଯାଇଥିଲା । ଏମାନେ ପ୍ରିନସ୍‌ପାଲଙ୍କୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବ ପାଇଁ କହିଥିଲେ ।  ମାତ୍ର ସେ ଏଥିରେ ରାଜି ହୋଇ ନ ଥିଲେ । ପରେ ସେ ମଧ୍ୟାହ୍ନରେ ଆଉଥିରେ ଆସି ପ୍ରିନସ୍‌ପାଲଙ୍କ କକ୍ଷକୁ ଯାଇଥିଲା । ଏହି ବନ୍ଧୁକରୁ ଗୁଳିକରିବାରୁ ପ୍ରିନସ୍‌ପାଲ ସଂଜୀବ କୁମାର ଗୁରୁତର ହୋଇଛନ୍ତି । ସୌଭାଗ୍ୟ ବଶତଃ ଗୁଳିଟି ଅଧ୍ୟକ୍ଷଙ୍କର କାନ୍ଧରେ ବାଜିଛି ।

ଏହି ଘଟଣାପରେ ଛାତ୍ରଟି ଫେରାର ହୋଇଯାଇଛି । ପୁଲିସ ହତ୍ୟା ଉଦ୍ୟମ  ମାମଲା ରୁଜୁ  କରିବା ସହ ଛାତ୍ରକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।

Leave A Reply