ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଶାନ୍ତି, ନିରାପତ୍ତା ଏବଂ ସମୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ୱାରୋପ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ଯୋଗଦେଇ ଦେଶ ଦେଶ ମଧ୍ୟରେ ପାରସ୍ପରିକ ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ରକ୍ଷା ନିମନ୍ତେ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ସମସାମୟିକ ଆହ୍ୱାନ ଏବଂ ମାନବ କଲ୍ୟାଣ ପ୍ରସଙ୍ଗ ବର୍ତ୍ତମାନ ସମୟର ପ୍ରମୁଖ ଆବଶ୍ୟକତା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ମହାମାରୀ ଜନିତ ପ୍ରତିବନ୍ଧକ ସତ୍ୱେ ସାଂଘାଇ ସହଯୋଗ ସଂଗଠନ-ଏସସିଓ’ର ଦକ୍ଷ ନେତୃତ୍ୱ ନେଇ ଏହି ବୈଠକ ଆୟୋଜନ କରିଥିବାରୁ ଋଷ ରାଷ୍ଟ୍ରପତି ପୁତିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏସସିଓ ସଦସ୍ୟ ରାଷ୍ଟ୍ରମୁଖ୍ୟମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏସସିଓରେ ଭାରତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ। ପ୍ରଥମ ଥର ପାଇଁ ଭାରତ ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ବୈଠକ ଆୟୋଜନ କରୁଥିବାରୁ ଏଥିରେ ଆର୍ଥିକ ସହଯୋଗ ପ୍ରସଙ୍ଗରେ ଏକ ବିସ୍ତୃତ ଏଜେଣ୍ଡା ପ୍ରସ୍ତୁତ କରାଯାଇଛି। ମୋଦୀ କହିଛନ୍ତି ଯେ ଷ୍ଟାର୍ଟଅପ୍ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟ ଗୋଷ୍ଠୀ ଗଠନ କରି ସେ ସମ୍ବନ୍ଧୀୟ ଅଭିଜ୍ଞତା ଅନ୍ୟମାନଙ୍କୁ ଜଣାଇବା ସହ ପାରମ୍ପରିକ ଔଷଧ ଉପରେ ମଧ୍ୟ ଏକ ସ୍ୱତନ୍ତ୍ର କାର୍ଯ୍ୟ ଗୋଷ୍ଠୀ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଅର୍ଥନୈତିକ ବହୁପକ୍ଷୀୟତା ଉପରେ ଦୃଢ ବିଶ୍ୱାସ କରେ ତେଣୁ ଅର୍ଥନୈତିକ ବହୁପକ୍ଷୀୟତା ଏବଂ ଜାତୀୟ ଦକ୍ଷତା ବିକାଶର ମିଶ୍ରଣ ହେଲେ ଏସସିଓ ଦେଶମାନେ ମହାମାରୀ ଜନିତ ଆର୍ଥିକ ସଙ୍କଟରୁ ବାହାରିପାରିବେ। ସେ କହିଛନ୍ତି, ମହାମାରୀ ପରବର୍ତ୍ତୀ ଦୁନିଆରେ ଆମେ ‘ଆତ୍ମନିର୍ଭରଶୀଳ ଭାରତ’ର ଦୃଷ୍ଟିକୋଣ ସହିତ ଅଗ୍ରସର ହେଉଛୁ। ଆତ୍ମନିର୍ଭରଶୀଳ ଭାରତ ବିଶ୍ୱ ଅର୍ଥବ୍ୟବସ୍ଥା ପାଇଁ ଏକ ବହୁମୁଖୀ ଶକ୍ତି ହେବା ସହ ଏସସିଓ ଅଂଚଳର ଆର୍ଥିକ ଅଗ୍ରଗତିକୁ ତ୍ୱରାନ୍ୱିତ କରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏସସିଓ ଅଞ୍ଚଳ ସହିତ ଭାରତର ଘନିଷ୍ଠ ସାଂସ୍କୃତିକ ଏବଂ ଐତିହାସିକ ସମ୍ପର୍କ ଅବତାରଣା କରି କହିଛନ୍ତି ଯେ ଏସସିଓ ଦେଶଗୁଡିକ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ କରିବାକୁ ହେଲେ ପରସ୍ପରର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ଆବଶ୍ୟକ। ପରିବର୍ତ୍ତନ ହେଉଛି ଏକମାତ୍ର ସ୍ଥିରତା, ଏକଥା କହିବାକୁ ଯାଇ ପ୍ରଧାନମନ୍ତ୍ରୀ ୨୦୨୧ରୁ ଜାତିସଂଘ ଶୂରଃଲଷା ପରିଷଦରେ ଭାରତର ସମ୍ଭାବ୍ୟ କାର୍ଯ୍ୟଧାରା ସମ୍ପର୍କରେ କହିଛନ୍ତି।

Comments are closed.