କୋଭିଡ ଟିକା ନେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡଃ ପି.କେ. ମିଶ୍ର

ସମ୍ବଲପୁର: ସାରା ଦେଶରେ ବୈଶ୍ୱିକ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ପ୍ରତିଷେଧକ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜାର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ କରୋନା ପ୍ରତିଷେଧକ ଟିକା ନେଉଛନ୍ତି। ଏହି କ୍ରମରେ ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡଃ ପ୍ରମୋଦ କୁମାର ମିଶ୍ର ଓ ତାଙ୍କର ଧର୍ମପତ୍ନୀ ମଧୁଛନ୍ଦା ମିଶ୍ର ଗତକାଲି କରୋନା ପ୍ରତିଷେଧକ ଟିକା ନେଇଛନ୍ତି। ଡଃ ମିଶ୍ର ଓ ତାଙ୍କର ଧର୍ମପତ୍ନୀ ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲକୁ ଯାଇ କୋଭିଡ ପ୍ରୋଟୋକୋଲ ଅନୁଯାୟୀ ପ୍ରତିଷେଧକ ଟିକା ନେଇଛନ୍ତି।

Comments are closed.