ଜୈସଲମେର୍‌ରେ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ରାଜସ୍ଥାନର ଜୈସଲମେର୍ ସୀମାରେ ଯବାନଙ୍କ ସହ ଦୀପାବଳି ପାଳନ କରିବେ। ତାଙ୍କ ସହିତ ସିଡିଏସ୍‌ ବିପିନ ରାୱତ ସାମିଲ୍ ହେବା ସମ୍ଭାବନା ରହିଛି। ମୋଦୀ ପ୍ରଧାନମନ୍ତ୍ରୀ ହେବାଠାରୁ ଅଦ୍ୟାବଧି ପ୍ରତିବର୍ଷ ଚୀନ କିମ୍ବା ପାକିସ୍ତାନ ସୀମାନ୍ତରେ ଯବାନଙ୍କ ସହିତ ଦୀପାବଳି ଉତ୍ସବ ପାଳନ କରିଆସୁଛନ୍ତି। ଗତ ବର୍ଷ ପ୍ରଧାନମନ୍ତ୍ରୀ ଜାମ୍ମୁ-କାଶ୍ମୀରର ରଜୌରୀ ନିକଟ ନିୟନ୍ତ୍ରଣ ରେଖାଠାରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ। ୨୦୧୮ରେ ଉତ୍ତରାଖଣ୍ଡ ସୀମାନ୍ତରେ ଓ ୨୦୧୭ରେ ଉତ୍ତର କଶ୍ମୀରର ଗୁରେଜ ସେକ୍ଟରରେ ଦୀପାବଳି ପାଳନ କରିଥିଲେ। ସେହିପରି ୨୦୧୫ରେ ପଞ୍ଜାବ ସୀମା ଓ ୨୦୧୪ରେ ସିଆଚେନ ଗ୍ଲାସିୟରର ବେସ କ୍ୟାମ୍ପରେ ଯବାନଙ୍କ ସହିତ ଦୀପାବଳି ପାଳିଥିଲେ। ଏହା ମାଧ୍ୟମରେ ସେ ସୀମାନ୍ତ ଘାଟି ପରିଦର୍ଶନ ସହିତ ଯବାନଙ୍କ ମନୋବଳ ବୃଦ୍ଧି ଉଦ୍ୟମ କରିଆସିଛନ୍ତି।

Comments are closed.