ଆଜିଠାରୁ ପଞ୍ଚଦଶ ଜି-୨୦ ଶିଖର ସମ୍ମିଳନୀ : ଭାଗ ନେବେ ମୋଦୀ

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହେଉଥିବା ପଞ୍ଚଦଶ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ ଭାଗ ନେବେ। ଦୁଇଦିନ ଧରି ଚାଲିବାକୁ ଥିବା ଏହି ଶିଖର ବୈଠକ ସାଉଦି ଆରବ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି। ଚଳିତ ଶିଖର ବୈଠକର ଶୀର୍ଷକ ରହିଛି ‘ଏକବିଂଶ ଶତାବ୍ଦୀର ସୁଯୋଗ ଗୁଡ଼ିକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା’।

ଚଳିତ ବର୍ଷ ଏହା ଦ୍ୱିତୀୟ ଜି-୨୦ ଶିଖର ବୈଠକ ହେବ। ଶିଖର ବୈଠକରେ ‘କୋଭିଡ୍‍-୧୯ର ମୂଳୋତ୍ପାଟନ’ ମୁଖ୍ୟ ଆଲୋଚନାର ବିଷୟ ହେବ। ଶିଖର ବୈଠକ ସମୟରେ ନେତୃବୃନ୍ଦ କୋଭିଡ୍‍ର ମୁକାବିଲା ପାଇଁ ପ୍ରସ୍ତୁତି ଓ ଏହା ଯୋଗୁଁ ନିଯୁକ୍ତି ହରାଇଥିବା ଲୋକମାନଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଉପାୟଗୁଡ଼ିକ ଉପରେ ଆଲୋଚନା କରିବେ।

Comments are closed.