ଯୋଗ ପାଇଁ ୨ ସଂସ୍ଥା ଓ ୨ ବ୍ୟକ୍ତି ପାଇବେ ୨୦୧୯ ପ୍ରଧାନମନ୍ତ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଯୋଗର ପ୍ରଚାର ଓ ପ୍ରସାର ପାଇଁ ବିଶେଷ ଅବଦାନ ସକାଶେ ୨୦୧୯ ମସିହା ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ଘୋଷଣା କରାଯାଇଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ଇସ୍ତାହାରରେ କୁହାଯାଇଛି, ଗୁଜରାଟ ଲାଇଫ୍‍ ମିଶନ୍‍ର ସ୍ୱାମୀ ରାଜଶ୍ରୀ ମୁନୀ, ଇଟାଲୀର ଶ୍ରୀମତୀ ଆଣ୍ଟୋନିଏଟା ରୋଜୀ, ମୁଙ୍ଗେର୍‍ସ୍ଥିତ ବିହାର ସ୍କୁଲ୍‍ ଅଫ୍‍ ଯୋଗ ଏବଂ ଜାପାନ୍‍ର ଜାପାନ୍‍ ଯୋଗ ନିକେତନକୁ ଏଇ ପୁରସ୍କାର ଦିଆଯିବ।

ବିଭିନ୍ନ ଶ୍ରେଣୀରେ ୭୯ଟି ଆବେଦନକୁ ବିଚାରକୁ ନିଆଯାଇ ବିଜେତାମାନଙ୍କୁ ବଛାଯାଇଛି। ଦ୍ୱିତୀୟ ଆନ୍ତର୍ଜାତିକ ଯୋଗଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡିଗଡ଼ଠାରେ ଏହି ପୁରସ୍କାର ଦେବାଲାଗି ଘୋଷଣା କରିଥିଲେ। ବିଜେତାମାନଙ୍କୁ ଟ୍ରଫି, ସାର୍ଟିଫିକେଟ୍‍ ଓ ୨୫ଲକ୍ଷ ଲେଖାଏଁ ନଗଦ ଟଙ୍କା ଦିଆଯିବ।

Comments
Loading...