ଆଜି ‘ମନ୍‍ କୀ ବାତ୍‍’ର ୭୦ତମ ସଂସ୍କରଣ : ଦେଶବାସୀଙ୍କ ସହ ଭାବବିନିମୟ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୧ଟାରେ ଆକାଶବାଣୀର ‘ମନ୍‍ କୀ ବାତ୍‍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବବିନିମୟ କରିବେ। ଏହା ହେବ ତାଙ୍କର ୭୦ତମ ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମ ।  ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍‍ୱାର୍କ ଏବଂ ଆକାଶବାଣୀ ସମ୍ବାଦ www.newsonair.com ଓ news on air Mobile App ରେ ଏହା ଉପଲବ୍ଧ ହେବ।

ଏହାଛଡ଼ା ଆକାଶବାଣୀ, ଦୂରଦର୍ଶନ, ପି.ଏମ୍‍.ଓ. ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁ-ଟ୍ୟୁବ୍‍ ଚ୍ୟାନେଲ୍‍ରେ ଏହାର ଲାଇଭ୍‍ ଷ୍ଟ୍ରିମିଙ୍ଗ୍‍ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ ଏହାର ଓଡ଼ିଆ ଭାଷାନ୍ତର ପ୍ରସାରଣ କରିବ। ରାତି ୮ଟାବେଳେ ଏହାର ପୁନଃ ପ୍ରସାରଣ କରାଯିବ।

ସୂଚନାଯୋଗ୍ୟ, ୨୦୧୪ ମସିହା ଅକ୍ଟୋବର ମାସରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ପ୍ରସଙ୍ଗରେ ଦେଶବାସୀଙ୍କ ସହ ଭାବବିନିମୟ କରୁଛନ୍ତି। ଲୋକମାନଙ୍କଠାରୁ ବିଭିନ୍ନ ପ୍ରସଙ୍ଗରେ ମତାମତ ଗ୍ରହଣ କରି ତାକୁ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ କରାଯାଉଛି।

Comments are closed.