ବିଶ୍ଵ ଆମ ସ୍ଥାନୀୟ ଉତ୍ପାଦର ପ୍ରଶଂସା କରୁଛି, ଭୋକାଲ୍ ଫର୍ ଲୋକାଲ୍ ସଂକଳ୍ପକୁ ମନେରଖନ୍ତୁ : ମୋଦୀ

‘ମନ୍‍ କୀ ବାତ୍‍’ର ୭୦ତମ ସଂସ୍କରଣ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ୍‍ କୀ ବାତ୍‍’ର ୭୦ତମ ସଂସ୍କରଣରେ, ଦେଶବାସୀଙ୍କ ସହ ଭାବବିନିମୟ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆଜି ଯେତେବେଳେ ଆମେ ସ୍ଥାନୀୟ ଉତ୍ପାଦ ବା ଲୋକାଲ ପାଇଁ ଭୋକାଲର ସ୍ୱର ଉତ୍ତୋଳନ କରୁଛୁ। ବିଶ୍ୱ ମଧ୍ୟ ଆମର ସ୍ଥାନୀୟ ଉତ୍ପାଦଗୁଡ଼ିକର ପ୍ରଶଂସକ ହେବାକୁ ଯାଉଛି। ଆମର ଅନେକ ସ୍ଥାନୀୟ ଉତ୍ପାଦ ଗୁଡ଼ିକରେ ବିଶ୍ୱବ୍ୟାପୀ ହେବା ପାଇଁ ବହୁତ ଶକ୍ତି ଅଛି। | ଉଦାହରଣ ସ୍ୱରୂପ, ଖଦି। ଖଦିର ଲୋକପ୍ରିୟତା ବଢିବାରେ ଲାଗିଛି,ଏବେ ଦୁନିଆର ଅନେକ ସ୍ଥାନରେ ଖଦି ତିଆରି ହେଉଛି । ମେକ୍ସିକୋର ଗୋଟିଏ ସ୍ଥାନ ହେଉଛି ଓହାକା। ଏହି ଅଞ୍ଚଳରେ ଅନେକ ଗ୍ରାମ ଅଛି ଯେଉଁଠାରେ ସ୍ଥାନୀୟ ଗ୍ରାମବାସୀ ଖଦି ବୁଣୁଛନ୍ତି। ଆଜି ଏଠାକାର ଖଦି ‘ଓହାକା ଖଦି’ ଭାବରେ ପ୍ରସିଦ୍ଧ ହୋଇଛି।

ବିଜୟାଦଶମୀର ଶୁଭକାମନା
ଆଜି ହେଉଛି ବିଜୟାଦଶମୀ ଅର୍ଥାତ୍ ଦଶହରାର ପର୍ବ। ଏହି ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ପୂର୍ବରୁ ଦଶହରାରେ ବଡ଼-ବଡ଼ ମେଳା ଅନୁଷ୍ଠିତ ହୋଇଥିଲା ଏବଂ ଏହାର ଆକର୍ଷଣ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା। କିନ୍ତୁ କରୋନା ସଙ୍କଟ ସମୟରେ ଆମକୁ ସଂଯମତା ସହିତ କାମ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭୋକାଲ୍ ଫର୍ ଲୋକାଲ୍ ସଂକଳ୍ପକୁ ମନେରଖନ୍ତୁ 
ପୂର୍ବରୁ, ଦୁର୍ଗା ପୂଜା ମଣ୍ଡପରେ, ମା’ଙ୍କର ଦର୍ଶନ ପାଇଁ ଏପରି ଭିଡ଼ ହେଉଥିଲା – ସେଠାରେ ଏକ ସୁନ୍ଦର, ପରିବେଶ ଥିଲା, କିନ୍ତୁ, ଏଥର ତାହା ହୋଇପାରିଲା ନାହିଁ। ଏଥର ଯେତେବେଳେ ଆପଣ କିଛି କିଣାକିଣି କରିବାକୁ ଯାଉଛନ୍ତି, ‘ଲୋକାଲ୍ ପାଇଁ ଲୋକାଲ୍’ ର ସଂକଳ୍ପ  ମନେ ରଖନ୍ତୁ। ବଜାରରୁ ସାମଗ୍ରୀ କିଣିବାବେଳେ ଆମକୁ ସ୍ଥାନୀୟ ଉତ୍ପାଦକୁ ପ୍ରାଧାନ୍ୟ ଦେବାକୁ ପଡିବ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଭାରତ ମାତାର ସାହସୀ ପୁଅ ଓ ଝିଅଙ୍କ ସମ୍ମାନରେ ଏକ ଦୀପ ଜାଳନ୍ତୁ
ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଉତ୍ସବ ପାଳନ ମଧ୍ୟରେ ଲକ ଡାଉନ୍ ସମୟକୁ ମଧ୍ୟ ମନେ ରଖିବା ଆବଶ୍ୟକ। ଆମକୁ ଆମର ବୀର ସୈନିକମାନଙ୍କୁ ମଧ୍ୟ ମନେ ରଖିବାକୁ ପଡିବ, ଯେଉଁମାନେ ଏହି ପର୍ବରେ ମଧ୍ୟ ସୀମାରେ ପହରା ଦେଉଛନ୍ତି।  ଭାରତ ମାତାର ସେବା ଏବଂ ସୁରକ୍ଷା। ଆମକୁ ସ୍ମରଣ କରି ଆମର ପର୍ବ ପାଳନ କରିବାକୁ ପଡିବ। ଭାରତ ମାତାର ଏହି ସାହସୀ ପୁଅ ଓ ଝିଅଙ୍କ ସମ୍ମାନରେ ଆମକୁ ଘରେ ଦୀପ ଜାଳିବାକୁ ପଡିବ।

ଆମ ଜିନିଷ ପାଇଁ ଆମେ ଗର୍ବ କରିବା ଉଚିତ୍
ଯେତେବେଳେ ଆମେ ଆମର ଜିନିଷ ପାଇଁ ଗର୍ବ କରିବା, ବିଶ୍ଵରେ ଆମ ଜିନିଷ ଗୁଡିକ ପ୍ରତି ମଧ୍ୟ କୌତୁହଳ ବଢି ଯାଇଥାଏ। ଯେପରି ଆମର ଆଧ୍ୟାତ୍ମିକତା, ଯୋଗ, ଆୟୁର୍ବେଦ ସମଗ୍ର ବିଶ୍ୱକୁ ଆକର୍ଷିତ କରିଛି। ଭାରତରେ ପ୍ରାଚୀନ କାଳରୁ ଏପରି ଅନେକ ଖେଳ ରହି ଆସିଛି, ଯାହା ଆମ ଭିତରେ ଏକ ଅସାଧାରଣ ବିକାଶ ଘଟାଇଥାଏ। ଆମର ମନ ଓ ଶରୀରର ସନ୍ତୁଳନକୁ ଏକ ନୂତନ ଦିଗକୁ ନେଇଯାଏ। କିନ୍ତୁ ବୋଧହୁଏ ଆମର ନୂତନ ପିଢୀର ନୂତନ ସାଥୀମାନେ, ମାଲଖମ୍ବ ସହିତ ସେପରି ପରିଚିତ ନୁହନ୍ତି। ଆପଣ ଏହାକୁ ଇଣ୍ଟରନେଟରେ ସନ୍ଧାନ କରିବେ ଏବଂ ଦେଖନ୍ତୁ।

Comments are closed.