ମାଲେରେ ପହଞ୍ଚିଲେ ମୋଦୀ, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

ମାଲେ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଳଦୀପ ଓ ଶ୍ରୀଲଙ୍କାକୁ ଦୁଇଦିନିଆ ଗସ୍ତରେ ଯାଇ ଶନିବାର ଅପରାହ୍ନରେ ମାଲେରେ ପହଞ୍ଚିଛନ୍ତି ।  ବିମାନ ବନ୍ଦରରେ ମାଳଦୀପର ବିଦେଶମନ୍ତ୍ରୀ ଅବଦୁଲା ଶାହିଦ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ବର୍ଷ ଡ଼ିସେମ୍ବର ମାସରେ ରାଷ୍ଟ୍ରପତି ସୋଲିଙ୍କୁ ସ୍ୱାଗତ କରିବାର ସୁଯୋଗ ତାଙ୍କୁ ମିଳିଥିଲା । ସେହିଭଳି ୨୦୧୮ ମସିହା ନଭେମ୍ବର ମାସରେ ରାଷ୍ଟ୍ରପତି ସୋଲିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହୋଇଥିଲା । ଦୁଇ ଦେଶ ଭାରତ-ମାଳଦ୍ୱୀପ ମଧ୍ୟରେ ଦୀର୍ଘ ଦିନରୁ ରହି ଆସିଥିବା ନୌବାଣିଜ୍ୟିକ ତଥା ବିବିଧ କ୍ଷେତ୍ରରେ ଥିବା ସୁସମ୍ପର୍କକୁ ଅଧିକ ନିବିଡ଼ କରିବାର ଗୁରୁତ୍ୱ ଦୃଷ୍ଟିରୁ ସେ ମାଳଦ୍ୱୀପ ଗସ୍ତରେ ଯାତ୍ରା କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମାଳଦ୍ୱୀପ ଭାରତର ଏକ ଗୁରୂତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ର, ଯାହା ଭାରତ ସହ ଇତିହାସ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଘନିଷ୍ଠ ହୋଇ ରହିଆସିଛି । ମାଳଦ୍ୱୀପ ସହ ଆମର ଦ୍ଵିପାକ୍ଷିକ ସମ୍ପର୍କ ନିକଟ ଅତୀତରେ ନିବିଡ଼ତର ହୋଇଛି । ତାଙ୍କର ଏହି ଗସ୍ତ ଦ୍ୱାରା ବିବିଧ କ୍ଷେତ୍ରରେ ରହି ଆସିଥିବା ଏହି ସମ୍ପର୍କ ଅଧିକ ନିବିଡ଼ତର ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଶା ପୋଷଣ କରିଛନ୍ତି ।

ଏହି ଅବସରରେ ମାଳଦୀପ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର ’ ନିଶାନ୍‍ ଇଜୁଦିନ୍‍’ ସମ୍ମାନରେ ଶ୍ରୀ ମୋଦୀଙ୍କୁ ସମ୍ମାନିତ କରାଯିବ।

ଧାନମନ୍ତ୍ରୀ କହିଛନ୍ତି ଯେ ଗତ ବର୍ଷ ଡ଼ିସେମ୍ବର ମାସରେ ରାଷ୍ଟ୍ରପତି ସୋଲିଙ୍କୁ ସ୍ୱାଗତ କରିବାର ସୁଯୋଗ ତାଙ୍କୁ ମିଳିଥିଲା । ସେହିଭଳି ୨୦୧୮ ମସିହା ନଭେମ୍ବର ମାସରେ ରାଷ୍ଟ୍ରପତି ସୋଲିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହୋଇଥିଲା । ଦୁଇ ଦେଶ (ଭାରତ ଓ ମାଳଦ୍ୱୀପ) ମଧ୍ୟରେ ଦୀର୍ଘ ଦିନରୁ ରହି ଆସିଥିବା ନୌବାଣିଜ୍ୟିକ ତଥା ବିବିଧ କ୍ଷେତ୍ରରେ ଥିବା ସୁସମ୍ପର୍କକୁ ଅଧିକ ନିବିଡ଼ କରିବାର ଗୁରୁତ୍ୱ ଦୃଷ୍ଟିରୁ ସେ ମାଳଦ୍ୱୀପ ଗସ୍ତରେ ଯାତ୍ରା କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାଳଦ୍ୱୀପ ଭାରତର ଏକ ଗୁରୂତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ର, ଯାହା ଭାରତ ସହ ଇତିହାସ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଘନିଷ୍ଠ ହୋଇ ରହିଆସିଛି । ମାଳଦ୍ୱୀପ ସହ ଆମର ଦ୍ଵିପାକ୍ଷିକ ସମ୍ପର୍କ ନିକଟ ଅତୀତରେ ନିବିଡ଼ତର ହୋଇଛି । ତାଙ୍କର ଏହି ଗସ୍ତ ଦ୍ୱାରା ବିବିଧ କ୍ଷେତ୍ରରେ ରହି ଆସିଥିବା ଏହି ସମ୍ପର୍କ ନିବିଡ଼ତର ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଶା ପୋଷଣ କରିଛନ୍ତି ।

ଏହି ଗସ୍ତକାଳରେ ସେ ରାଷ୍ଟ୍ରପତି ଇବ୍ରାହିମ୍‍ ମହମ୍ମଦ ସୋଲି  ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ସେ ଦେଶର ପାର୍ଲାମେଣ୍ଟ ପିପୁଲ୍‍ସ ମଜଲିସରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି ଗସ୍ତ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ଓ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହେବ। ସବୁ ଅଞ୍ଚଳର ଅଭିବୃଦ୍ଧି ଓ ନିରାପତ୍ତାପାଇଁ ଦୂରଦୃଷ୍ଟି ‘ସାଗର’ ଏବଂ ‘ପ୍ରଥମେ ପଡ଼ୋଶୀ ରାଷ୍ଟ୍ର ନୀତି’ କୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପ୍ରତିପାଦନ କରୁଛି। ଶ୍ରୀ ମୋଦି ଓ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍‍ ମହମ୍ମଦ ସୋଲି ମିଳିତ ଭାବେ ଉପକୂଳବର୍ତ୍ତୀ ରାଡାର ସର୍ବେକ୍ଷଣ ବ୍ୟବସ୍ଥାକୁ ଉଦ୍‍ଘାଟନ କରିବେ। ଏହାଦ୍ୱାରା ମାଳଦ୍ୱୀପ ବିଶାଳ ଅର୍ଥନୈତିକ ଜୋନ୍‍କୁ ସଫଳତାର ସହ
ତଦାରଖ କରିପାରିବ। ଉଭୟ ନେତା ମିଳିତ ଭାବେ ମାଳଦ୍ୱୀପ ଜାତୀୟ ପ୍ରତିରକ୍ଷା ବାହିନୀର ସମ୍ମିଳିତ ତାଲିମ୍‍ କେନ୍ଦ୍ରକୁ ଶୁଭାରମ୍ଭ କରିବେ, ଯାହା ସେ
ଦେଶର ପ୍ରତିରକ୍ଷା ଦକ୍ଷତା ବୃଦ୍ଧି କରିବ। ମାଳଦ୍ୱୀପରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ର ବିକାଶ ପାଇଁ ମୌଳିକ ଢାଞ୍ଚା ପ୍ରକଳ୍ପଗୁଡ଼ିକ ସକାଶେ ଭାରତ ୮୦୦
ନିୟୁତ ଆମେରିକୀୟ ଡଲାର ଋଣ ପାଇଁ ପ୍ରସ୍ତାବ ଦେଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକାଳରେ ଭାରତ ଅନେକ ନୂଆ ପ୍ରକଳ୍ପ ମଧ୍ୟ ଘୋଷଣା କରିବ।
ମାଳଦ୍ୱୀପରେ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର କହିଛନ୍ତି, ସେ ଦେଶରେ ଏକ କ୍ରିକେଟ୍‍ ଷ୍ଟାଡିୟମ୍‍ ନିର୍ମାଣ ପାଇଁ ଘୋଷଣା କରାଯିବାର ଆଶା ରହିଛି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଯାଇ ପହଞ୍ଚିବେ। ଇଷ୍ଟର ରବିବାର ବୋମା ବିସ୍ଫୋରଣ ଭଳି ଘଟଣା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ଶ୍ରୀଲଙ୍କା ସହ ଭାରତ ରହିଛି ଓ ରହିଥିବ।

Comments are closed.