ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହ : ସ୍ଥାନୀୟ କୌଶଳ ଏବଂ ଉତ୍ପାଦ ହେଉ ପାଠ୍ୟକ୍ରମର ଅଂଶ- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ୧୦୦ ବର୍ଷ ପୂରଣ କରିଥିବାରୁ ସେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ୧୦୦ ବର୍ଷର ସମୟ କେବଳ ଏକ ପରିସଂଖ୍ୟାନ ନୁହେଁ। ଏହା ସହିତ ଅପାର ସଫଳତାର ଏକ ଜୀବନ୍ତ ଇତିହାସ ଜଡିତ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଏତେ ସବୁ ସୁନାମ ରହିଛି ଯେ ସମସ୍ତଙ୍କର ନାମ ନେବା ସମ୍ଭବ ନୁହେଁ। ଏହି ଅବସରରେ ସେ ସ୍ମରକୀ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରିଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ବିଶ୍ୱବିଦ୍ୟାଳୟ କାହିଁକି ନିଜର ଶୈକ୍ଷଣିକ ସୀମା ମଧ୍ୟରେ ଆସୁଥିବା ସ୍ଥାନୀୟ କୌଶଳ, ସ୍ଥାନୀୟ ଉତ୍ପାଦ ସହ ଜଡିତ ପାଠ୍ୟକ୍ରମ ଏବଂ ଏହାର କୌଶଳ ବିକାଶ ବିଶ୍ଳେଷଣ କରିବାକୁ କାହିଁକି ଚାହୁଁ ନାହିଁ। ଏହା ଜରୁରୀ ଆବଶ୍ୟକ ଏବଂ ଏହା ଦ୍ବାରା ବହୁତ ଲାଭ ହେବ।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଶହେ ବର୍ଷର ଯାତ୍ରାରେ ଅନେକ ଲୋକଙ୍କର ଅନେକ ଯୋଗଦାନ ଦେଇଛନ୍ତି । ଏହି ୧୦୦ ବର୍ଷର ଯାତ୍ରାରେ, ଏଠାରୁ ପାଠପଢା ଶେଷ କରି ଯାଇଥିବା ବ୍ୟକ୍ତିତ୍ୱମାନେ ରାଷ୍ଟ୍ରପତି ପଦ ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ରାଜ୍ୟପାଳ ହୋଇଛନ୍ତି। ବିଜ୍ଞାନ କିମ୍ବା ନ୍ୟାୟ କ୍ଷେତ୍ର, ରାଜନୈ ତିକ କିମ୍ବା ପ୍ରଶାସନିକ, ଶୈକ୍ଷଣିକ କିମ୍ବା ସାଂସ୍କୃତିକ କିମ୍ବା କ୍ରୀଡା କ୍ଷେତ୍ର ହେଉ, ପ୍ରତ୍ୟେକ କ୍ଷେତ୍ରରେ ଲକ୍ଷ୍ନୈ ବିଶ୍ୱବିଦ୍ୟାଳୟ ପ୍ରତିଭାମାନଙ୍କୁ ପ୍ରସ୍ତୁତ କରିଛି।
ବିଶ୍ୱବିଦ୍ୟାଳୟ କେବଳ ଉଚ୍ଚଶିକ୍ଷାର କେନ୍ଦ୍ର ନୁହେଁ, ଉଚ୍ଚ ସଂକଳ୍ପ, ଉଚ୍ଚ ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଏକ ବହୁତ ବଡ ଶକ୍ତି କ୍ଷେତ୍ର। ଆମର ଆଭ୍ୟନ୍ତରୀଣ ଶକ୍ତି ଜାଗ୍ରତ କରିବା ପାଇଁ ଏହା ମଧ୍ୟ ପ୍ରେରଣା ଯୋଗାଇ ଥାଏ। ଅନେକ ଥର ଆମେ ଆମର ସାମର୍ଥ୍ୟର ପୂର୍ଣ୍ଣ ବ୍ୟବହାର କରୁନାହୁଁ । ପୂର୍ବରୁ ଏହି ସମସ୍ୟା ସରକାରୀ ପଦ୍ଧତିରେ ମଧ୍ୟ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।