ଜୋର୍ଡାନ୍‍ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସହ ସାକ୍ଷାତ ଆଲୋଚନା କଲେ ମୋଦୀ

ରିୟାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସାଉଦି ଆରବର ରିୟାଦରେ ଜୋର୍ଡାନ୍‍ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ ସାକ୍ଷାତ କରିଛନ୍ତି । ଦ୍ୱିପକ୍ଷିୟ ସମ୍ପର୍କ ବୃଦ୍ଧି ବିଶେଷ କରି ବାଣିଜ୍ୟ ଓ ପୁଞ୍ଜିନିବେଶ, ମାନବ ସମ୍ବଳ ବିକାଶ ଓ ଲୋକସମ୍ପର୍କ ବୃଦ୍ଧି ଦିଗରେ ମିଳିମିଶି କାର୍ଯ୍ୟ କରିବାକୁ ଦୁଇ ନେତା ଏକମତ ହୋଇଛନ୍ତି । ସାଉଦି ଆରବ ଭବିଷ୍ୟତ ପୁଞ୍ଜିନିବେଶ ପଦକ୍ଷେପ ଫୋରମରେ ଯୋଗଦେବାକୁ ଜୋର୍ଡାନ୍‍ ରାଜା ରିୟାଦରେ ଅଛନ୍ତି।

Comments are closed.