ଜାତିସଂଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ : ଭାରତ ସବୁ କ୍ଷେତ୍ରରେ ଆଗକୁ ବଢୁଛି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସନ୍ଧ୍ୟାରେ ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘ ଅର୍ଥନୈତିକ ଓ ସାମାଜିକ
ପରିଷଦ ଅଧିବେଶନରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ବୋଧନ ଦେବେ। ପ୍ରଧାନମନ୍ତ୍ରୀ ବୈଠକର ଉଦ୍‍ଯାପନୀ ଅଧିବେଶନରେ ମୁଖ୍ୟ ଅଭିଭାଷଣ ଦେଇ କହିଛନ୍ତି ଯେ, କରୋନା ମୁକାବିଲାକୁ ଆମେ ଜନ ଆନ୍ଦୋଳନରେ ପରିଣତ କରିଛୁ। ‘ସାର୍କ’ କୋଭିଡ୍‌ ଜରୁରୀକାଳୀନ ପାଣ୍ଠି ଗଠନ କରିଛୁ। ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ପାଇଁ ପ୍ୟାକେଜ୍‌ ଘୋଷଣା କରିଛୁ। ଆମେ ବିକାଶଶୀଳ ଦେଶକୁ ମଧ୍ୟ ସହାୟତା ଯୋଗାଇଛୁ। ଭାରତରେ କରୋନା ସୁସ୍ଥହାର ଅନ୍ୟ ଦେଶ ତୁଳନାରେ ଅଧିକ। ଏଜେଣ୍ଡା ୨୦୩୦କୁ ପୂରଣ କରିବା ପାଇଁ ଆମେ ଉଦ୍ୟମ କରୁଛୁ। ଆମର ଲକ୍ଷ୍ୟ ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ବିଶ୍ବାସ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବିଶ୍ବରେ ପରିବର୍ତ୍ତନ ଆସିଛି। ଭାରତ ସବୁ କ୍ଷେତ୍ରରେ ଆଗକୁ ବଢୁଛି। ଆମଦେଶରେ ଆତ୍ମନିର୍ଭର ଭାରତ ଅଭିଯାନ ଚଳାଇଛୁ। ଦେଶରେ ଗତ ୬ ବର୍ଷରେ ୪୦କୋଟି ବ୍ୟାଙ୍କ ଖାତା ଖୋଲିଛୁ। ଗରିବଙ୍କ ସହାୟତା ରାଶି ସିଧା ତାଙ୍କ ବ୍ୟାଙ୍କ ଖାତାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସହ ନରୱେ ପ୍ରଧାନମନ୍ତ୍ରୀ, ଓ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‍ ଅଧିବେଶନରେ ଉଦ୍‍ବୋଧନ ଦେଇଛନ୍ତି। ଏହି ବାର୍ଷିକ ଉଚ୍ଚସ୍ତରୀୟ ସମ୍ମିଳନୀରେ ବିଭିନ୍ନ ଦେଶର ସରକାରୀ ପ୍ରତିନିଧି, ବେସରକାରୀ କ୍ଷେତ୍ର, ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକର ଶୀର୍ଷକ “କୋଭିଡ୍‍ ନାଇଣ୍ଟିନ୍‍ ପରବର୍ତ୍ତୀ
ବିଶ୍ୱ : ଜାତିସଂଘର ୭୫ତମ ବାର୍ଷିକୀ ପାଳନ ଅବସରରେ ଆମେ କିଭଳି ଜାତିସଂଘ ଆବଶ୍ୟକ କରେ” ରହିଛି।

 

Comments are closed.