ହ୍ରାସ ହେଲା ପେଟ୍ରୋଲ ଓ ଡ଼ିଜେଲ ଦର

ନୂଆଦିଲ୍ଲୀ : ଗୁରୁବାର ଦିନ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ପେଟ୍ରୋଲ ଲିଟର ପିଛା ୧୫ ପଇସା ଓ ଡିଜେଲ ୧୪ ପଇସା ହ୍ରାସ ପାଇଥିବା ଜଣାଯାଇଛି। ଏହି ହ୍ରାସପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ୭୫ଟଙ୍କା ୫୫ ପଇସା, ଡିଜେଲ ୬୮ ଟଙ୍କା ୯୨ ପଇସା ହୋଇଛି।
ଇତିମଧ୍ୟରେ ମୁମ୍ବଇ, ଚେନ୍ନଇ ଓ କଲକାତାରେ ପେଟ୍ରୋଲ ଲିଟର ଯଥାକ୍ରମେ ୭୧ ଟଙ୍କା ୧୪ ପଇସା, ୭୮ ଟଙ୍କା ୪୯ ପଇସା ଓ ୭୮ ଟଙ୍କା ୨୩ ପଇସା ହୋଇଛି। ମୂଲ୍ୟ ହ୍ରାସପରେ ଏହି ତିନି ମହାନଗରରେ ଡିଜେଲ ଦର ଯଥାକ୍ରମେ ୭୨ ଟଙ୍କା ୨୩ ପଇସା, ୭୨ ଟଙ୍କା ୮୩ ପଇସା ଏବଂ ୭୧ ଟଙ୍କା ୨୯ ପଇସା ହୋଇଛି। ଏହା ପୂର୍ବରୁ ଜାନୁଆରୀ ୧୩ ତାରିଖ ରାତିରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୧୦ ପଇସା ଓ ୫ ପଇସା ହ୍ରାସପାଇଥିଲା।

Comments are closed.