ଦିଲ୍ଲୀରେ ପେଟ୍ରୋଲକୁ ଟପିଲା ଡିଜେଲ ଦର: ୧୮ ଦିନରେ ବଢ଼ିଛି ୧୦.୪୯ ପଇସା

ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ୮୦ଟଙ୍କା ୩୧ ପଇସା

ଭୁବନେଶ୍ବର: ତେଲ ଦର ଉପରେ ଲଗାମ ନାହିଁ । ଘରୋଇ ବଜାରରେ ବଢ଼ି ଚାଲିଥିବା ତେଲ ଦର ବୃଦ୍ଧି  ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି ।   ଏହି ବୃଦ୍ଧି ଧାରା ୧୮ ଦିନ ହେବ ଅବ୍ୟାହତ ରହିଛି।  ଆଜି ପେଟ୍ରୋଲ ଦରକୁ ଟପିଯାଇଛି ଡିଜେଲ । ପୂର୍ବରୁ ସବୁ ସମୟରେ ଡିଜେଲ ତୁଳନାରେ ପେଟ୍ରୋଲ ଦର ଯଥେଷ୍ଟ ଅଧିକ ରହିଥାଏ । ମାତ୍ର ଡ଼ିଜେଲ ଏବେ ପେଟ୍ରୋଲକୁ ଅତିକ୍ରମ କରି ଯାଇଛି ।
ବୁଧବାର ଘରୋଇ ବଜାରରେ ପେଟ୍ରୋଲ ଦର ଅପରିବର୍ତ୍ତିତ ରହିଥିବାବେଳେ ଡିଜେଲ ଲିଟର ପିଛା ୪୮ ପଇସା ବୃଦ୍ଧି ଘଟିଛି । କ୍ରମାଗତ ଭାବେ ୧୮ ଦିନ ଧରି ଦର ବୃଦ୍ଧି ପରେ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ପାଖାପାଖି ୮ ଟଙ୍କା ୫୦ ପଇସା ଏବଂ ଡିଜେଲ ୧୦ ଟଙ୍କା ୪୯ ପଇସା ବୃଦ୍ଧି ଘଟିଲାଣି । ଏହା ଫଳରେ ପେଟ୍ରୋଲକୁ ଟପି ଡିଜେଲ ଦର ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି ।
ବୁଧବାର ନୂଆଦିଲ୍ଲୀଠାରେ ପେଟ୍ରୋଲ ଦର ମଙ୍ଗଳବାର ଭଳି ଲିଟର ପିଛା ୭୯ ଟଙ୍କା ୭୬ ପଇସାରେ ସ୍ଥିର ରହିଛି । ସେହିଭଳି ଡିଜେଲ ମୂଲ୍ୟରେ ଲିଟର ପିଛା ୪୮ ପଇସା ବୃଦ୍ଧି ହୋଇ ତାହା ୭୯ ଟଙ୍କା ୮୮ ପଇସା ଛୁଇଁଛି । ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ୧୮ ଦିନରେ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୮ ଟଙ୍କା ୬୨ ପଇସା ଏବଂ ଡିଜେଲ ୧୦ ଟଙ୍କା ୮୧ ପଇସା ବଢିଛି । ବୁଧବାର ଏଠାରେ ପେଟ୍ରୋଲ ମୂଲ୍ୟ ମଙ୍ଗଳବାରର ୮୦ ଟଙ୍କା ୩୧ ପଇସା ସ୍ତରରେ ଅପରିବର୍ତ୍ତିତ ରହିଥିବାବେଳେ ଏବଂ ଡିଜେଲ ଲିଟର ପିଛା ୪୭ ପଇସା ବଢ଼ି ଲିଟର ପିଛା ୭୮ ଟଙ୍କା ୦୪ ପଇସା ହୋଇଛି ।

Comments are closed.