ଜନରାଜ୍ୟ ଦିବସ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ଅଭିନନ୍ଦନ

0

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍‍, ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଗଣତାନ୍ତ୍ରିତ ମୂଲ୍ୟବୋଧକୁ ପାଳନ କରିବାପାଇଁ ଏହା ଆମପାଇଁ ଏକ ଅମୂଲ୍ୟ ମୁହୂର୍ତ୍ତ। ସାଧାରଣତନ୍ତ୍ର ଦିବସ ସ୍ୱାଧୀନତା, ଭ୍ରାତୃଭାବ, ସମାନତା ତଥା ଭାରତୀୟତାକୁ ମନେ ରଖିବାପାଇଁ ଆମକୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।


ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ଏକ ସମୃଦ୍ଧ, ସୁଦୃଢ଼, ଶାନ୍ତିପୂର୍ଣ୍ଣ ତଥା ପ୍ରଗତିଶୀଳ ଭାରତର ଗଠନପାଇଁ ଆହ୍ୱାନ ଦେଇଛନ୍ତି। ବିଶ୍ୱଶାନ୍ତି ଦିଗରେ କାର୍ଯ୍ୟ କରିବା ଓ ବସୁଧୈବ କୁଟୁମ୍ବକମ୍‍ର ଆଦର୍ଶକୁ ଅନୁସରଣ କରିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave A Reply