ଆସନ୍ତା କାଲି ବୁଦ୍ଧ ପୂର୍ଣ୍ଣିମା : ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ଆସନ୍ତା କାଲି ବୁଦ୍ଧ ପୂର୍ଣ୍ଣିମା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଅହିଂସା, ଶାନ୍ତି, ଦୟା ଏବଂ ମାନବ ସେବା ପାଇଁ ଭଗବାନ ବୁଦ୍ଧଙ୍କ ବାଣୀ ମାନବ ସଭ୍ୟତା ଓ ଇତିହାସକୁ
ପ୍ରଭାବିତ କରିଛି। ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଭଗବାନ ବୁଦ୍ଧ ହେଉଛନ୍ତି ଆଧାତ୍ମବାଦର ପ୍ରକୃତ ବାର୍ତ୍ତାବହ। ତାଙ୍କର ବାଣୀଗୁଡ଼ିକ
ବିଶ୍ୱବାସୀଙ୍କୁ ସଦାସର୍ବଦା ଅନୁପ୍ରାଣିତ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

Comments
Loading...