ତାଜିକିସ୍ତାନ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

0

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାରଠାରୁ ତିନିଦିନିଆ ତାଜିକିସ୍ତାନ ଗସ୍ତରେ ଯାଇଛନ୍ତି । ମଧ୍ୟ ଏସିଆକୁ ତାଙ୍କର ଏହା ପ୍ରଥମ ଗସ୍ତ। ଏହି ପ୍ରଥମ ଗସ୍ତକାଳରେ ସେ ଭାରତ-ତାଜିକିସ୍ତାନ ଦୁଇ ରାଷ୍ଟ୍ରର ସଂପର୍କକୁ ମଜବୁତ କରିବା ନେଇ ତାଜିକିସ୍ତାନର ପ୍ରମୁଖ ନେତାମାନଙ୍କ ସହ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ତାଜିକିସ୍ତାନ ରାଷ୍ଟ୍ରପତି ଏମାମୋଲି ରହମନ, ସଂସଦର ବାଚସ୍ପତି ଶୁକୁରଜୋନ ଜୁହୁରୋଭ ଏବଂ ସଂସଦର ନିମ୍ନ ସଦନ ମଜିଲିସି ନମୋୟାନଦାଗନର ବାଚସ୍ପତିଙ୍କୁ ଭେଟିବେ। ତାଜିକିସ୍ତାନ ପ୍ରଧାନମନ୍ତ୍ରୀ କୋହିର ରସୁଲ ଜୋଦାଙ୍କୁ ମଧ୍ୟ ସେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମରେ ଏବଂ ରାଜ୍ୟସଭା ସାଂସଦ ଶମସେର ସିଂହ ରାଷ୍ଟ୍ରପତିଙ୍କ ପ୍ରତିନିଧି ମଣ୍ଡଳୀ ସଦସ୍ୟ ଭାବେ ଏହି ଗସ୍ତରେ ସାମିଲ ହୋଇଛନ୍ତି।

Leave A Reply