ରାଜ୍ୟପାଳମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ସମସ୍ତ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରୋନା ଭୂତାଣୁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ ଓ ପ୍ରତିଷେଧକ ଲାଗ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରାଜ୍ୟପାଳଙ୍କୁ ପଚାରି ବୁଝିଥିଲେ। ଏହା ସହିତ କରୋନା ପାଇଁ ଘୋଷିତ ଲକଡାଉନକୁ ରାଜ୍ୟ ସରକାରମାନେ କିପରି ଅନୁସରଣ କରୁଛନ୍ତି ତାହା ବୁଝିଥିଲେ।

Comments are closed.