ବିବିଧତା, ଗଣତନ୍ତ୍ର ଓ ବିକାଶର ତିନୋଟି ମୁଖ୍ୟ ସ୍ତମ୍ଭ ଉପରେ ଭାରତ ବିଦ୍ୟମାନ : ରାଷ୍ଟ୍ରପତି

0

ନୂଆଦିଲ୍ଲୀ : ବିବିଧତାର ମୌଳିକ ଭିତ୍ତିଭୂମି, ଗଣତନ୍ତ୍ର ଓ ବିକାଶ ଭଳି ତିନୋଟି ମୁଖ୍ୟ ସ୍ତମ୍ଭ ଉପରେ ବିଦ୍ୟମାନ ଓ ଭାରତ ସେଗୁଡିକ ମଧ୍ୟରୁ କୌଣସି ଗୋଟିଏକୁ ରଖି ଅନ୍ୟଟିକୁ ଛାଡିପାରିବ ନାହିଁ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ଭାରତ ପ୍ରତ୍ୟେକ ଗୋଷ୍ଠୀ, ସମ୍ପ୍ରଦାୟ, ଧର୍ମ, ବର୍ଗ ଓ ବ୍ୟକ୍ତି ବିଶେଷଙ୍କ ଦେଶ, କାରଣ ବହୁବାଦ ହେଉଛି ଏହାର ସବୁଠୁ ବଡ ଶକ୍ତି ଓ ବିଶ୍ୱ ପାଇଁ ସର୍ବ ବୃହତ ଦୃଷ୍ଟାନ୍ତ।
୭୦ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ତାଙ୍କ ବାର୍ତ୍ତାରେ ଶ୍ରୀ କୋବିନ୍ଦ ସାଧାରଣବର୍ଗର ପ୍ରତିଭାଶାଳୀ ପିଲାମାନଙ୍କୁ ଶତକଡା ୧୦ଭାଗର ସଂରକ୍ଷଣ ଯୋଗାଇ ଦେବା ସଂକ୍ରାନ୍ତ ସାମ୍ବିଧାନ ସଂଶୋଧନ, ମହାତ୍ମାଗାନ୍ଧୀଙ୍କର ଓ ଆମର ସ୍ୱପ୍ନର ଭାରତ ଗଠନ ଦିଗରେ ଆଉ ଏକ ପଦକ୍ଷେପ। ରାଷ୍ଟ୍ରପତି କହିଛନ୍ତି, ଗାନ୍ଧିଜୀ ଏଭଳି ଏକ ଭାରତ ଚାହିଁଥିଲେ ଯେଉଁଠି ଗରିବରୁ ଗରିବ ଲୋକର କଥାର ମୂଲ୍ୟ ରହିବ ଓ ଯେଉଁଠି କେହି ଉଚ୍ଚ-ନୀଚ ରହିବେ ନାହିଁ ଓ ସବୁ ସମ୍ପ୍ରଦାୟର ଲୋକମାନେ ସଦ୍‍ଭାବନାର ସହ ବଞ୍ଚିବେ ଏବଂ ମହିଳାମାନେ ପୁରୁଷମାନଙ୍କ ଭଳି ସମାନ ଅଧିକାର ପାଇବେ।
ଆଗାମୀ ଲୋକସଭା ନିର୍ବାଚନର ଗୁରୁତ୍ୱକୁ ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି’ ଏକ ନିର୍ବାଚନ କେବଳ ଏକ ରାଜନୈତିକ ପ୍ରକ୍ରିୟା ନୁହେଁ ଏହା ବୈଦ୍ଧିକତା ଓ କାର୍ଯ୍ୟ ପାଇଁ ସାମୂହିକ ଆହ୍ୱାନ। ରାଷ୍ଟ୍ରପତି କହିଛନ୍ତି, ଭାରତୀୟ ସାଧାରଣତନ୍ତ୍ରର ଲକ୍ଷ୍ୟ ହେଉଛି ଗଣତାନ୍ତ୍ରିକ ଉପାୟ ମାଧ୍ୟମରେ ଗଣତାନ୍ତ୍ରିକ ଲକ୍ଷ୍ୟ ହାସଲ, ବହୁବାଦୀ ଉପାୟ ମାଧ୍ୟମରେ ବହୁବାଦୀ ଲକ୍ଷ୍ୟ ହାସଲ, ଜ୍ଞାନ ମାଧ୍ୟମରେ ଜ୍ଞାନ ଆହରଣ, ସାମୁହିକ ଲକ୍ଷ୍ୟ ହାସଲ ଓ ସାମ୍ବିଧାନିକ ଉପାୟ ମାଧ୍ୟମରେ ସାମ୍ବିଧାନିକ ଲକ୍ଷ୍ୟ ହାସଲ।

Leave A Reply