ମୁକେଶର ରାଜକ୍ଷମା ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଖାରଜ କରିଦେଇଛନ୍ତି। ରାଷ୍ଟ୍ରପତି ଭବନରୁ ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ସୂଚନା ଦିଆଯାଇଛି। ଫଳରେ ଫାଶୀରୁ ବର୍ତ୍ତିବା ଲାଗି ଦୋଷୀଙ୍କ ସମସ୍ତ ବିକଳ୍ପ ରାସ୍ତା ବନ୍ଦ ହୋଇଯାଇଛି। ମୁକେଶର ରାଜକ୍ଷମା ଆବେଦନକୁ ଗତ ଗୁରୁବାର ଗୃହ ମନ୍ତ୍ରଣାଳୟ ଖାରଜ କରିଦେବା ସହିତ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲା। ରାଷ୍ଟ୍ରପତି ଏହାକୁ ଖାରଜ କରିଦେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ସୁପାରିସ କରାଯାଇଥିଲା। ରାଷ୍ଟ୍ରପତି ଏହାକୁ ଖାରଜ କରିଦେଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଦିଲ୍ଲୀ ସରକାର ରାଜକ୍ଷମା ଆବେଦନକୁ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ। ଏହାକୁ ଖାରଜ କରିବା ଲାଗି ସରକାରଙ୍କ ପକ୍ଷରୁ ଉପରାଜ୍ୟପାଳଙ୍କୁ ସୁପାରିସ କରାଯାଇଥିଲା। ପରେ ଉପରାଜ୍ୟପାଳ ଏହାକୁ ଗୃହ ମନ୍ତ୍ରଣାଳୟକୁ ପଠାଇ ଦେଇଥିଲେ।

Comments are closed.