ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ସାକ୍ଷାତ କଲେ ରାଷ୍ଟ୍ରପତି କୋବିନ୍ଦ

ଗାନ୍ଧୀନଗର: ରାଷ୍ଟପତି ରାମନାଥ କୋବିନ୍ଦ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ‘ହୀରାବେନ’ଙ୍କୁ ଗାନ୍ଧୀନଗରର ରାୟସିନସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଗୁଜୁରାଟ ଗସ୍ତର ଦ୍ୱିତୀୟ ଦିନରେ ତାଙ୍କ ପତ୍ନୀ ସବିତା କୋବିନ୍ଦଙ୍କ ସହ ପ୍ରଧାନମନ୍ତୀଙ୍କ ମା’ଙ୍କୁ ସାକ୍ଷାତ କରି ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୁଭକାମନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ ଗାନ୍ଧୀନଗର ରାୟସିନରେ ତାଙ୍କ ସାନ ପୁଅ ପଙ୍କଜ ମୋଦୀଙ୍କ ସହ ରହୁଛନ୍ତି।

ରାଷ୍ଟପତି ଏବଂ ତାଙ୍କ ପତ୍ନୀ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ସହ ପ୍ରାୟ ଅଧ ଘଣ୍ଟା କାଳ ତାଙ୍କ ବାସଭବନରେ ରହିଥିଲେ। ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ କୋବାଠାରେ ଅବସ୍ଥିତ ମହାବୀର ଜୈନ ଆରାଧନା କେନ୍ଦ୍ର ପରିଦର୍ଶନରେ ଯାଇ ସେଠାରେ ଆଚାର୍ଯ୍ୟ ଶ୍ରୀପଦ୍ମସାଗର ସୁରଜୀଙ୍କ ଠାରୁ ଆର୍ଶୀବାଦ ପ୍ରାପ୍ତି କରିଥିଲେ।

Comments are closed.