ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତିଙ୍କ ଉଦବୋଧନ
ନୂଆଦିଲ୍ଲୀ : ୭୪ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ରାଷ୍ଟ୍ରକୁ ସମ୍ବୋଧନ କରିବେ। ରାଷ୍ଟ୍ରପତିଙ୍କ ଏହି ଉଦବୋଧନ ଆଜି ସନ୍ଧ୍ୟା ୭ଟାବେଳେ ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ନେଟୱାର୍କରେ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ପ୍ରସାରିତ ହେବ।
ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ରାତି ୯ଟା ୩୦ ମିନିଟ୍ ସମୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଆଞ୍ଚଳିକ ଭାଷାନ୍ତର ପ୍ରସାରଣ କରାଯିବ।
Comments are closed.