ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାତି ୭ଟାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ :  ୭୨ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରକୁ ସମ୍ବୋଧିତ କରିବେ। ଆଜି ରାତି ୭ଟାରୁ ତାଙ୍କର ଏହି ସମ୍ବୋଧନ ଆକାଶବାଣୀର ସମସ୍ତ ଚାନେଲ୍‍ ସମେତ ଦୂରଦର୍ଶନରେ ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀ ଭାଷାରେ ପ୍ରସାରଣ କରାଯିବ।
ହିନ୍ଦୀ ଓ ଇଂରାଜୀ ଭାଷାରେ ଶ୍ରୀ କୋବିନ୍ଦଙ୍କ ସମ୍ବୋଧନର ପ୍ରସାରଣ ପରେ ପରେ ଦୂରଦର୍ଶନର ସମସ୍ତ ଆଞ୍ଚଳିକ ଚାନେଲରେ ଏହି ଅଭିଭାଷଣର ଓଡିଆ ରୂପାନ୍ତର ପ୍ରସାରଣ କରାଯିବ। ଆକାଶବାଣୀରେ ଆଞ୍ଚଳିକ ନେଟୱର୍କରେ ଏହି ସମ୍ବୋଧନର ଓଡିଆ ରୂପାନ୍ତର ରାତି ୯ଟା୩୦ ମିନିଟ୍‍ରେ ପ୍ରସାରିତ ହେବ।

Comments are closed.