ତିନୋଟି କୃଷି ବିଲକୁ ରାଷ୍ଟ୍ରପତିଙ୍କ ସ୍ବୀକୃତି

ନୂଆଦିଲ୍ଲୀ : ସଂସଦରେ ପାରିତ ହୋଇଥିବା ତିନୋଟି କୃଷି ବିଲକୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅନୁମୋଦନ କରିଛନ୍ତି। କୃଷି ବିଲକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ଏହି ବିଲକୁ ବିଶେଷକରି ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟର କୃଷକମାନେ ବିରୋଧ କରୁଛନ୍ତି। ଏଥି ସହିତ ବିରୋଧୀମାନେ ମଧ୍ୟ ଏହି ବିଲ୍ ଉପରେ କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି।

କୃଷିଜାତ ସାମଗ୍ରୀର ବିପଣନ ଓ କାରବାର (ପ୍ରୋତ୍ସାହନ ଓ ସୁବିଧା ପ୍ରଦାନ) ବିଧେୟକ ୨୦୨୦ ଓ କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ରାଜିନାମା ସଂକ୍ରାନ୍ତ ମୂଲ୍ୟ ସୁନିଶ୍ଚିତତା ଓ କୃଷି ସେବା ବିଲ୍‌ ୨୦୨୦ ବିରୋଧ ସତ୍ବେ ମଧ୍ୟ ପୂର୍ବରୁ ସଂସଦର ଉଭୟ ସଦନରେ ଗୃହୀତ ହୋଇଥିଲା।

Comments are closed.