ପୋଷା କୁକୁରର ୫୦ ଫୁଟ ସୁନା ମୂର୍ତି ସ୍ଥାପନ କଲେ ଏହି ଦେଶର ରାଷ୍ଟ୍ରପତି

ଲୋକମାନଙ୍କର ମୂର୍ତି ପ୍ରେମଠାରୁ ନେତାମାନଙ୍କ ମୂର୍ତି ପ୍ରେମ ଅଧିକ । ମାତ୍ର ନିଜ ପୋଷା କୁକୁରର ୫୦ ଫୁଟ ଉଚ୍ଚର ସୁନା ମୂର୍ତି ସ୍ଥାପନ କରିବା ବିଶ୍ବରେ ପ୍ରଥମ । ତୁର୍କମେନିସ୍ତାନର ରାଷ୍ଟ୍ରପତି ତାଙ୍କ ପ୍ରିୟ କୁକୁରର ୫୦ଫୁଟର ସୁନା ମୂର୍ତି ସ୍ଥାପନ କରି ଏବେ ଚର୍ଚାରେ । ତୁର୍କମେନିସ୍ତାନ ରାଜଧାନ ଅସଗାବତରରେ ଏହି ପ୍ରତିମୂର୍ତି ସ୍ଥାପନ କରିଛନ୍ତି ।

୨୦୦୭ ମସିହାରୁ ରାଷ୍ଟ୍ରପତି ଗୁରୁମ୍ବାଗୁଲି ବର୍ଦୁଖୁମଦୋଭ କ୍ଷମତାରେ ଅଛନ୍ତି । ୪ ଦିନ ତଳେ ବୁଧବାର ଦିନ ସେ ନିଜର ପ୍ରିୟ ଆଲବିନ ପ୍ରଜାତିର କୁକୁରର ୫୦ ଫୁଟ ଉଚ୍ଚତାର ପ୍ରତିମୂର୍ତି ସ୍ଥାପନ କରିଛନ୍ତି । ଏହି ମୂର୍ତି କଂସାରେ ନିର୍ମାଣ କରାଯାଇଛି ଏବଂ ଏହା ଉପରେ ୨୪ କ୍ୟାରେଟ ସୁନାର ଆବରଣ ଦିଆଯାଇଛି ।

ଗୁରୁମ୍ବାକୁଲି ବର୍ଦୁଖୁମଦୋଭ କୁକୁରକୁ ବେଶ ଭଲ ପାଆନ୍ତି ଏବଂ ଅଲବିନ ପ୍ରଜାତିର କୁକୁର କେବଳ ତୁର୍କମେନିସ୍ତାନରେ ହିଁ ଜନ୍ମ ନେଇଥାଆନ୍ତି । ତୁର୍କମେନିସ୍ତାନର ଜାତୀୟ ଅର୍ଥନୀତି ଏତେ ଭଲ ନୁହଁ, ଗରିବ ଲୋକମାନେ ବେଶ କଷ୍ଟରେ ରହୁଛନ୍ତି । ମାତ୍ର ରାଷ୍ଟ୍ରପତି କୁକୁରର ୫୦ ଫୁଟ ସୁନା ମୂର୍ତି ସ୍ଥାପନକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।

Comments are closed.