ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ରାଜଭବନରେ କରିବେ ରାତ୍ରୀଯାପନ

ଭୁବନେଶ୍ବର: ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସନ୍ଧ୍ୟାରେ ସ୍ବତନ୍ତ୍ର ବାୟୁସେନା ବିମାନରେ ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଜଭବନରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବିମାନବନ୍ଦରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବାଗତ କରିଥିଲେ। ଏୟାରପୋର୍ଟରୁ ସିଧାଯାଇ ରାଜଭବନରେ ପହଞ୍ଚିଲେ। ରାଷ୍ଟ୍ରପତିଙ୍କରୁ ଏୟାର୍‌ପୋର୍ଟରେ ସ୍ବାଗତ କଲେ ବହୁ ବିଶିଷ୍ଟ ବ୍ୟକ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୁଲିସ ମହାନିର୍ଦେଶକ ଅଭୟ ପ୍ରମୁଖ ସ୍ବାଗତ କରିଥିଲେ। ବିମାନବନ୍ଦରେ ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ବିମାନବନ୍ଦରରୁ ରାଷ୍ଟ୍ରପତି ସିଧାସଳଖ ରାଜଭବନକୁ ଆସିଥିଲେ। ଆଜି ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତାକାଲି ରାଉରକେଲା ଏବଂ ମାର୍ଚ୍ଚ ୨୨ରେ ପୁରୀ ଓ କୋଣାର୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ ତାଙ୍କର ଧର୍ମପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓଡ଼ିଶା ଗସ୍ତରେ ଆସିଛନ୍ତି।

ସୂଚନା ଅନୁଯାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାର୍ଚ୍ଚ ୨୧ରେ ଏନଆଇଟି ରାଉରକେଲାରେ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେଠାରୁ ଆସି ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି। ମାର୍ଚ୍ଚ ୨୨ରେ ସକାଳ ୮ଟା ୪୫ମିନିଟରେ ପୁରୀ ହେଲିପ୍ୟାଡରେ ପହଞ୍ଚିବେ। ସକାଳ୯ଟା ୫ରୁ ୯ଟା ୪୫ମିନିଟ ପର୍ଯ୍ୟନ୍ତ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହାପରେ ପୂର୍ବାହ୍ନ ୧୦ଟା ୪୫ମିନିଟରୁ ୧୧ଟା ୧୫ମିନିଟ ପର୍ଯ୍ୟନ୍ତ ଅଧଘଣ୍ଟା କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି ଦେଖିବେ। ଅପରାହ୍ନ ୪ଟା ୪୫ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍, ରୁଟ୍ ଲାଇନ୍, ବିମାନବନ୍ଦର, ରାଜଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ରହିଛି । ୩୦ ପ୍ଲାଟୁନ ଫୋର୍ସ,ହୋମଗାର୍ଡ ଅନ୍ୟ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ସୁରକ୍ଷା ତଦାରଖ ଲାଗି ୧୦୦ରୁ ଅଧିକ ଅଫିସର , ୮ ଜଣ ଅତିରିକ୍ତ ଏସପି ,୧୨ ଏସିପି, ୧୭ ଇନିସପେକ୍ଟର ନିୟୋଜିତ ହୋଇଛନ୍ତି ।

Comments are closed.