ସୁରକ୍ଷା ଜନିତ ତ୍ରୁଟି ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ଉଲ୍ଲଂଘନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ ରାଷ୍ଟ୍ରପତି ମୋଦୀଙ୍କ ଠାରୁ ସୁରକ୍ଷା ଜନିତ ତ୍ରୁଟି ସମ୍ପର୍କରେ ଅବଗତ ହୋଇଛନ୍ତି।

ଟ୍ୱିଟରେ କୁହାଯାଇଛି ଯେ ରାଷ୍ଟ୍ରପତି ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ମଧ୍ୟ ଏହି ଉଲ୍ଲଂଘନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ତାଙ୍କ କାର୍ଯ୍ୟାଳୟ କହିଛି ଯେ ସେ ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଶ୍ରୀ ନାଇଡୁ ଆଶା କରିଛନ୍ତି ଯେ ସୁରକ୍ଷା ପ୍ରୋଟୋକଲଗୁଡିକ ଉପରେ କଡାକଡି ପାଳନ କରାଯିବା ପାଇଁ କଡା ପଦକ୍ଷେପ ନିଆଯିବା ଆବଶ୍ୟକ ଯାହା ଦ୍ୱାରା ଭବିଷ୍ୟତରେ ଏପରି ତ୍ରୁଟି ଘଟିବ ନାହିଁ।


ବିକ୍ଷୋଭକାରୀଙ୍କ ରାସ୍ତା ଅବରୋଧ ହେତୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବଳୟ ପ୍ରାୟ ୨୦ ମିନିଟ ଧରି ଫ୍ଲାଏ ଓଭରରେ ଅଟକି ରହିବା ପରେ ବୁଧବାର ପଞ୍ଜାବର ଫିରୋଜପୁରରେ ଏକ ରାଲିରେ ଯୋଗ ଦେଇପାରିନଥିଲେ। ଗୃହ ମନ୍ତ୍ରଣାଳୟ ଏହାକୁ ଏକ ପ୍ରମୁଖ ସୁରକ୍ଷା ଅଭାବ ବୋଲି କହିଛି। ଏଥିରେ କୁହାଯାଇଛି ଯେ ହୁସେନାୱାଲାସ୍ଥିତ ଜାତୀୟ ଶହୀଦ ମେମୋରିଆଲଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଏହି ଘଟଣା ଘଟିଛି। ଗୁରୁବାର ଦିନ ପଞ୍ଜାବ ସରକାର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପାଇଁ ଏକ କମିଟି ଗଠନ କରିଛନ୍ତି।

Comments are closed.