ପୁଲ୍‍ୱାମା ଶହୀଦ୍‍ମାନଙ୍କ ପ୍ରତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବରିଷ୍ଠ ନେତୃବୃନ୍ଦଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁଲ୍‍ୱାମା ଶହୀଦ୍‍ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଟ୍ୱିଟ୍‍ କରି ଶ୍ରୀ କୋବିନ୍ଦ କହିଛନ୍ତି, ଗତବର୍ଷ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‍ ହୋଇଥିବା ସାହସୀ ଯବାନଙ୍କ ବଳିଦାନପାଇଁ ଦେଶ କୃତଜ୍ଞ ଓ ସେମାନଙ୍କୁ ଦେଶ ପ୍ରଣାମ କରୁଛି। ସେ କହିଛନ୍ତି, ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଦେଶ ସଙ୍କଳ୍ପବଦ୍ଧ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶହୀଦ୍‍ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଗତବର୍ଷ ଆଜିର ଦିନରେ ୪୦ ଜଣ ସି.ଆର୍‍.ପି.ଏଫ୍‍. ଯବାନଙ୍କ
ଉପରେ ଆତଙ୍କବାଦୀମାନେ ବୋମା ବିସ୍ଫୋରଣ କରି ଆକ୍ରମଣ କରିଥିଲେ। ଶ୍ରୀ ମୋଦି ଟ୍ୱିଟ୍‍ କରି କହିଛନ୍ତି, ଶହୀଦ୍‍ମାନଙ୍କର ଏହି ବଳିଦାନକୁ ଦେଶ କେବେ ଭୁଲିବ ନାହିଁ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା ଶହୀଦ୍‍ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ଶହୀଦ୍‍ ଓ ସେମାନଙ୍କ ପ୍ରତିବାରବର୍ଗଙ୍କ ପ୍ରତି ଦେଶ କୃତଜ୍ଞ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶହୀଦ୍‍ମାନଙ୍କ ପ୍ରାଣବଳି କେବେ ବ୍ୟର୍ଥ ହେବ ନାହିଁ ବୋଲି କହିଛନ୍ତି। ସାରାଦେଶ ଆତଙ୍କବାଦ ବିରୋଧରେ ଏକାଠି
ହୋଇଛନ୍ତି। ଦେଶବାସୀ ଆତଙ୍କବାଦର ମୂଳୋତ୍ପାଟନ କରିବାପାଇଁ ଅଙ୍ଗୀକାରବଦ୍ଧ ବୋଲି ସେ କହିଛନ୍ତି।

Comments are closed.