ଫ୍ରାନ୍ସରେ କରୋନାରେ ୨୪ ଘଣ୍ଟାରେ ୫୨୩ ମୃତ; ପୁନର୍ବାର ହୋଇପାରେ ଲକଡାଉନ୍

ନୂଆଦିଲ୍ଲୀ : ଫ୍ରାନ୍ସରେ କରୋନାରେ ଦିନକୁ ଦିନ ଅଧିକାଂଶ ଲୋକ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ଯାହାକୁ ଆଖି ଆଗରେ ରଖି ଦେଶରେ ପୁଣିଥରେ ଲକ୍‌ଡାଉନ୍ ଲାଗୁ କରାଯାଇପାରେ।ଏନେଇ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଖୁବ୍ ଶୀଘ୍ର ଦେଶକୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ କରୋନାରେ ୫୨୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଯାହା ଏପ୍ରିଲ ପରେ ସର୍ବାଧିକ ହୋଇଥିବା ରେକର୍ଡ କରାଯାଇଛି।
ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ଫ୍ରାନ୍ସ ସରକାର ୧ ମାସ ପାଇଁ ଦେଶରେ ତାଲାବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରପତି ମାକ୍ରୋନ୍ ଆଜି ଏହାକୁ ସରକାରୀ ଟିଭିରେ ଘୋଷଣା କରିପାରନ୍ତି ବୋଲି ବିଶ୍ୱାସ ରହିଛି। ତେବେ ମାକ୍ରୋନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ କୌଣସି ସରକାରୀ ବିବୃତ୍ତି ଆସିନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ୩୩ ହଜାର ୪୧୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.