ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଞ୍ଜୁର କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ:  ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ ଏବଂ ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫାପତ୍ରକୁ ମଞ୍ଜୁର କରିଛନ୍ତି। ଗତ ସୋମବାର ନାରାୟଣସାମୀ ବିଧାନସଭାରେ ଶକ୍ତି ପରୀକ୍ଷଣ ସମୟରେ ଆସ୍ଥା ଭୋଟ ଜିତିବାରେ ବିଫଳ ହୋଇଥିଲେ। ଫଳରେ ତାଙ୍କ ସରକାର ଭାଙ୍ଗି ଯାଇଥିଲା।

ସୂଚନାଯୋଗ୍ୟ, ରାଜ୍ୟରେ ଶାସକ କଂଗ୍ରେସର ବିଧାୟକମାନେ ଜଣକ ପରେ ଜଣେ ଇସ୍ତଫା ଦେବା ପରେ ସରକାର ପ୍ରତି ସଙ୍କଟ ସୃଷ୍ଟି ହୋଇଥିଲା। ଫଳରେ ବିରୋଧୀମାନେ ଆସ୍ଥା ଭୋଟ କରିବାକୁ ଉପରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ। ଏହା ପରେ ଉପରାଜ୍ୟପାଳ ସୋମବାର ଫ୍ଲୋର ଟେଷ୍ଟ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

 

Comments
Loading...