ଜାମ୍ମୁ କାଶ୍ମୀର ସରକାରୀ ଭାଷା ବିଧେୟକକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଂସଦରେ ଗୃହୀତ ହୋଇଥିବା ଜାମ୍ମୁ କାଶ୍ମୀର ସରକାରୀ ଭାଷା ବିଧେୟକ – ୨୦୨୦କୁ ଆଜି ଅନୁମୋଦନ ଦେଇଛନ୍ତି। ଏହି ବିଧେୟକ ଅନୁଯାୟୀ କାଶ୍ମୀରୀ, ଡୋଗ୍ରି, ହିନ୍ଦୀ, ଇଂରାଜୀ ଏବଂ ଉର୍ଦ୍ଦୁ ଏବେ ଠାରୁ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ଭାଷା ହେବ। ପୂର୍ବରୁ କେବଳ ଉର୍ଦ୍ଦୁ ଏବଂ ଇଂରାଜୀ ସେହି ଅଞ୍ଚଳ ପାଇଁ ସରକାରୀ ଭାଷା ଥିଲା।

୨୦୧୧ ଜନଗଣନା ଅନୁଯାୟୀ ଜାମ୍ମୁ କାଶ୍ମୀରର ଜନସଂଖ୍ୟା ବର୍ତ୍ତମାନ ଏକ କୋଟି ୨୧ ଲକ୍ଷରୁ ଅଧିକ। ସେଠାରେ ଉର୍ଦ୍ଦୁ ଭାଷାଭାଷୀ ଲୋକଙ୍କ ସଂଖ୍ୟା ବହୁତ କମ୍ ଥିବା ଜଣାପଡିଛି।

Comments are closed.