ଅସତ୍ୟ ଉପରେ ସତ୍ୟର ବିଜୟ…ଦୀପାବଳି – ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଦେଶବାସୀଙ୍କୁ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ଆଜି ସମଗ୍ର ଦେଶରେ ପାଳନ କରାଯାଉଛି। ଅସତ୍ୟ ଉପରେ ସତ୍ୟର ବିଜୟ ସୂଚକ ଏହି ପର୍ବ ଅବସରରେ ଲୋକମାନେ ଧନର ଦେବୀ ମା’ ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରିଥାନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟାନାଇଡୁ ଦୀପାବଳି ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି ଏହି ଉତ୍ସବ ନିରାଶା ଉପରେ ଆଶା, ଅସତ୍ୟ ଉପରେ ସତ୍ୟ ଓ ତମସା ଉପରେ ଆଲୋକର ବିଜୟଗାଥା ବହନ କରିଥାଏ।

ପ୍ରେମ, କରୁଣା ଓ ଆତ୍ମୀୟତାର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅସହାୟ ଓ ଅପେକ୍ଷାକୃତ ସ୍ୱଳ୍ପ ଭାଗ୍ୟଶାଳୀ ବ୍ୟକ୍ତିମାନଙ୍କ ଜୀବନରେ ଖୁସି ଭରିଦେବାର ପ୍ରୟାସ କରିବାକୁ ରାଷ୍ଟ୍ରପତି ଜନସାଧାରଣଙ୍କୁ ଆହ୍ୱାନ କହିଛନ୍ତି। ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଏହି ଆଲୋକର ପର୍ବ ସତ୍ୟର ଚିରନ୍ତନ ଶକ୍ତି ତଥା ପାପ ଓ ଅସତ୍ୟକୁ ପରାହତ କରିବା ପାଇଁ ଏହାର କ୍ଷମତାକୁ ଦର୍ଶାଇଥାଏ।

Comments are closed.