କରୋନା ଟିକା ନେଲେ ମିଳୁଛି ଉପହାର

ରାଜକୋଟ : ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଟିକାକରଣକୁ ବ୍ୟାପକ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଫଳରେ ଦେଶରେ ଟିକାକରଣ ଅଭିଯାନ ଜୋରସୋର ଚାଲିଛି। କିଛି ଲୋକ ଟିକା ନେବାକୁ ତତ୍ପର ଥିବା ବେଳେ ଆଉ କେତେକ ଟିକା ନେବାକୁ ଆଗ୍ରହୀ ନାହାନ୍ତି। ଏପରିସ୍ଥଳେ ଲୋକଙ୍କୁ ଟିକା ନେବା ପାଇଁ ସଚେତନ କରାଇବା ନିମନ୍ତେ ଗୁଜୁରାଟର ରାଜକୋଟରେ ଲୋକଙ୍କୁ ଉପହାର ପ୍ରଦାନ କରାଯାଉଛି। ରାଜକୋଟ ସ୍ବର୍ଣ୍ଣକାର ସମ୍ପ୍ରଦ‌ାୟ ପକ୍ଷରୁ ଏଭଳି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପଦକ୍ଷେପକୁ ପ୍ରଶଂସା ବି କରାଯାଉଛି। ଗୁଜୁରାଟର ରାଜକୋଟରେ ମହିଳାମାନେ କରୋନା ଟିକା ନେଇ ସାରିବା ପରେ ସେମାନଙ୍କୁ ନାକଫୁଲ ଉପହାର ପ୍ରଦାନ କରାଯାଉଛି। ସେହିପରି ଟିକା ନେଉଥିବା ପୁରୁଷଙ୍କୁ ହ୍ୟ‌ାଣ୍ଡ ବ୍ଲେଣ୍ଡର ଦିଆଯାଉଛି। ଏପରି ପଦକ୍ଷେପ ଦ୍ବାରା ଯେଉଁ ଲୋକମାନେ ଟିକା ନେବା ପାଇଁ ଚାହୁଁ ନାହାନ୍ତି ସେମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇବ।

Comments are closed.