୧୦୦ କୋଟି ଟଙ୍କାରେ ବିକ୍ରି ହେବ ଆଇଏନଏସ ବିରାଟ !

ନୂଆଦିଲ୍ଲୀ : ଭାରତୀୟ ନୌସେନାର ଗର୍ବ ଓ ଗୌରବ ବିମାନ ପରିବହନକାରୀ ଆଇଏନଏସ ବିରାଟ ୧୦୦ କୋଟି ଟଙ୍କାରେ ବିକ୍ରି ହେବ। ଆଇଏନଏସ ବିରାଟର ନୂତନ ମାଲିକ ଏହାକୁ ବିକ୍ରୟ କରିବା ପାଇଁ ମୁମ୍ବାଇର ଏକ କମ୍ପାନୀକୁ ୧୦୦ କୋଟି ଟଙ୍କା ମାଗିଛନ୍ତି। ସେବା ନିବୃତ ଯୁଦ୍ଧ ଜାହାଜକୁ ଭାଙ୍ଗିବା ଏବଂ ଏହାକୁ ସଂଗ୍ରହାଳୟରେ ପରିଣତ କରିବା ପାଇଁ କମ୍ପାନୀ ଶେଷ ଉଦ୍ୟମ କରୁଛି। ଆଇଏନଏସ ବିରାଟ ହେଉଛି ଏକ ବିମାନ ବାହକ, ଯାହା ୧୯୮୭ରେ ନୌସେନାର ରେ ସାମିଲ ହୋଇଥିଲା ଏବଂ ୨୦୧୭ରେ ସେବା ନିବୃତ ହୋଇଥିଲା। ଚଳିତ ବର୍ଷ ଜୁଲାଇରେ ନିଲାମ ସମୟରେ ଏହାକୁ ଶ୍ରୀ ରାମ ଗ୍ରୁପ୍ ୩୮.୫୪ କୋଟି ଟଙ୍କାରେ କିଣିଥିଲା।

ଏହି ଯୁଦ୍ଧ ଜାହାଜ ଗତ ସପ୍ତାହରେ ଗୁଜୁରାଟ ଉପକୂଳରେ ଥିବା ଜାହାଜ ଭଙ୍ଗାଯାଉଥିବା ପ୍ରାଙ୍ଗଣରେ ପହଞ୍ଚିଥିଲା। ଏହା ଭାରତର ସମୃଦ୍ଧ ଐତିହ୍ୟର ପ୍ରତୀକ। ଶ୍ରୀରାମ ଗ୍ରୁପ୍ ଅଧ୍ୟକ୍ଷ ମୁକେଶ ପଟେଲ କହିଛନ୍ତି ଯେ ଜାହାଜଟି ସ୍କ୍ରାପ୍ ଭାବରେ ନିଲାମରେ କିଣାଯାଇଛି। ଆଶାୟୀ କ୍ରେତା ଏହାକୁ କ୍ରୟ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟରୁ NOC ପାଇବା ଆବଶ୍ୟକ। ସେ କହିଛନ୍ତି-ଦେଶ ପ୍ରେମ ଯୋଗୁ ମୁଁ ଏହି ଜାହାଜ କିଣିଥିଲି, ବର୍ତ୍ତମାନ ମୁମ୍ବାଇର ଏକ କମ୍ପାନୀ ଜାହାଜକୁ ସଂଗ୍ରହାଳୟରେ ପରିଣତ କରିବାକୁ ଚାହୁଁଛି, କାରଣ ସେମାନେ ମଧ୍ୟ ଦେଶ ପ୍ରେମ ଯୋଗୁ ଏହା କରୁଛନ୍ତି, ତେଣୁ ମୁଁ ସେମାନଙ୍କୁ ବିକ୍ରୟ କରିବାକୁ ରାଜି ହୋଇଛି।

Comments are closed.