ଖୁବ୍ ଶୀଘ୍ର ଆରମ୍ଭ ହେବ ଅର୍ଥନୈତିକ ସର୍ଭେ : ଆସନ୍ତାକାଲି ଠାରୁ ପ୍ରଶିକ୍ଷକଙ୍କ ତାଲିମ୍‍ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଜୁନ୍ଶେଷ ସପ୍ତାହ କିମ୍ବା ଆସନ୍ତା ମାସ ପ୍ରଥମ ସପ୍ତାହରେ ହେବାକୁ ଥିବା ଅର୍ଥନୈତିକ ସର୍ଭେ ଲାଗି ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ସମଗ୍ର ଦେଶରେ ଜନଗଣନାକାରୀଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ କରାଯିବ। ପରିସଂଖ୍ୟାନ ଓ ଯୋଜନା ରୂପାୟନ ମନ୍ତ୍ରଣାଳୟ ଦ୍ୱାରା ବିଭିନ୍ନ କାର୍ଯ୍ୟ ପାଇଁ ଯୋଜନା ଗ୍ରହଣ କରାଯାଇଛି।

ଆସନ୍ତାକାଲି(ଗୁରୁବାର) ଦିଲ୍ଲୀରେ ରାଜ୍ୟସ୍ତରୀୟ ଅର୍ଥନୈତିକ ସର୍ଭେ ନିମନ୍ତେ ପ୍ରଶିକ୍ଷକଙ୍କ ତାଲିମ୍ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦେଶର ଭୌଗୋଳିକ ସୀମାରେ ଥିବା ସମସ୍ତ ଗୃହର ପରିସଂଖ୍ୟାନ ସଂଗ୍ରହ କରାଯିବ। ଏହି ସପ୍ତମ ଅର୍ଥନୈତିକ ସର୍ଭେରେ ସମସ୍ତ ପରିବାରର ଅର୍ଥନୈତିକ ସ୍ଥିତିର ଅନୁଧ୍ୟାନ କରାଯିବା ସହ ବିଭିନ୍ନ ଉଦ୍ୟୋଗ, ଅଣବ୍ୟବସାୟିକ କୃଷି ଓ ଅଣକୃଷି ଉତ୍ପାଦନ ଏବଂ ବଣ୍ଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପରିବାର ସମ୍ପର୍କରେ ମଧ୍ୟ ସର୍ଭେ କରାଯିବ। ପୂର୍ବରୁ ଏହି ପ୍ରକାର ଷଷ୍ଠ ଅର୍ଥନୈତିକ ସର୍ଭେ କାର୍ଯ୍ୟ ୨୦୧୩ ରେ କରାଯାଇଥିଲା।

Comments are closed.