ରଗଡ଼ିରେ କାର୍ତ୍ତିକେଶ୍ୱରଙ୍କ ପୂଜା ପାଇଁ ପ୍ରସ୍ତୁତି

ବାଙ୍କୀ(ଡମପଡ଼ା): ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ରଗଡ଼ି ଗ୍ରାମପଞ୍ଚାୟତରେ ଦେବସେନାପତି କୁମାର କାର୍ତ୍ତିକେୟଙ୍କର ପୂଜାବିଧି ଆସନ୍ତା ଅଁଳା ନବମୀଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ରଗଡ଼ିରେ ପୂଜା ଉତ୍ସବକୁ କିପରି ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବ ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଭିନ୍ନ ପୂଜା ମଣ୍ଡପ ତରଫରୁ ମାଟି ଅନୁକୁଳ ହୋଇ ସାରିଥିବା ବେଳେ ଏବେ ମାଟି ମୂର୍ତ୍ତିକୁ ନିର୍ମାଣ କରାଯାଉଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ କୋଭିଡ କଟକଣା ପାଇଁ କେବଳ ପରମ୍ପରା ଅନୁଯାୟୀ ନିରାଡମ୍ବର ଭାବେ ପୂଜାର୍ଚ୍ଚନା କରିବାକୁ ନିଷ୍ପତି ନିଆଯାଇଥିବା ଜଣା ପଡିଛି । ବ୍ରାହ୍ମଣ ସାହି ପୂଜା କମିଟି ତରଫରୁ ସଭାପତି ପ୍ରଶାନ୍ତ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ମୂର୍ତ୍ତି ନିର୍ମାଣ ଚାଲିଥିବା ଦେଖିବାକୁ ମିଳିଛି । ସଦସ୍ୟ ବିକାଶ କୁମାର ମହାପାତ୍ର, ସନ୍ତୋଷ କୁମାର ମହାପାତ୍ର, ମାନସ ମହାପାତ୍ର, ଓମ୍‌ଶ୍ରୀ ରାଜକିଶୋର ରଣା, ଗୁରୁଚାନ୍ଦ ପଟ୍ଟନାୟକ, ସୁଶାନ୍ତ ମହାପାତ୍ର, ସୋମୁ ଦାସ ପ୍ରମୁଖ ଉପସ୍ଥିତ ରହି ଚଳିତ ବର୍ଷ ପୂଜାକୁ କିଭଳି କୋଭିଡ କଟକଣା ମଧ୍ୟରେ ସମାପନ କରାଯାଇ ପାରିବ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

Comments are closed.