ପ୍ରେମାନନ୍ଦ ସାର୍‍ ମୋ ଗୁରୁ …

ଭୁବନେଶ୍ୱର : କେବେ ଦେଖା ହୋଇନାହିଁ। ହେଲେ ତାଙ୍କ ସଙ୍ଗୀତ ମୋ ହୃଦୟକୁ ଛୁଇଁ ସାରିଛି। ଯେଉଁଠି ବି ତାଙ୍କ ଗୀତ କାନରେ ପଡ଼େ ମୁଁ ଅଟକିଯାଏ। ବାପାମାଆଙ୍କ ଭଳି ମୁଁ ତାଙ୍କୁ ଭଲପାଏ। ଏମିତିକି ତାଙ୍କ ଫଟୋକୁ କାନ୍ଥରେ ଲଗେଇଛନ୍ତି। ସକାଳୁ ଉଠିଲେ ହିଁ ତାଙ୍କ ଫଟୋକୁ ଆଗେ ଦେଖନ୍ତି ଏବଂ ସଙ୍ଗୀତ ଅଭ୍ୟାସ କରନ୍ତି। ଏଭଳି ଅାବେଗଭରା ଉକ୍ତି କହିଛନ୍ତି ରାଜୁ ପରାସେଟ ସଙ୍ଗୀତ ନିର୍ଦେଶକ ପ୍ରେମାନନ୍ଦଙ୍କ ଉଦ୍ଦେଶ୍ୟରେ। ଏହାଛଡ଼ା ଅଭିନେତା ସବ୍ୟସାଚୀଙ୍କର ମଧ୍ୟ ସେ ବଡ଼ ଫ୍ୟାନ୍‍। ତାଙ୍କ ଉଦ୍ଦେଶ୍ୟରେ ସଙ୍ଗୀତ ପରିବେଷଣ କରି ସେ ଏବେ ଚର୍ଚ୍ଚାରେ ରହିଛନ୍ତି।
ରାଜୁ ପରାସେଟ। ଘର ଫୁଲବାଣୀ। ଭୁବନେଶ୍ୱର ଦେବରାୟ କଲେଜରେ ଯୁକ୍ତତିନିରେ ପାଠ ପଢ଼ନ୍ତି। ନିଶା ଗୀତ ଗାଇବା। ସୁଯୋଗ ମିଳିଲେ ହାତଛଡ଼ା କରିବେ ନାହିଁ। ହେଲେ ଏଯାବତ୍‍ କୌଣସି ସୁଯୋଗ ମିଳିନାହିଁ। ସେ ଚେଷ୍ଟା ଜାରିରଖିଛନ୍ତି। ନିକଟରେ ସବ୍ୟସାଚୀଙ୍କ କରୋନା ମହାମାରୀ ସମୟରେ ସାହାଯ୍ୟ ଓ ସହଯୋଗକୁ ନେଇ ଏକ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି ଯାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ପାଠ ପଢ଼ିବା ସହିତ ଛୋଟମୋଟ କାମ କରୁଛନ୍ତି। ଲକ୍ଷ୍ୟ ସଙ୍ଗୀତ କ୍ଷେତ୍ରରେ କାମ କରିବା ପ୍ରେମାନନ୍ଦଙ୍କୁ ଭେଟିବା ପାଇଁ ସେ ଇଚ୍ଛା ରଖିଛନ୍ତି। ସେହିପରି ପ୍ରେମାନନ୍ଦଙ୍କ ପାଇଁ ଗୀତ ଲେଖିବା ସହ ତାଙ୍କୁ ଶୁଣାଇଛନ୍ତି। ପ୍ରେମାନନ୍ଦ ମଧ୍ୟ ଫୋନ୍‌ରେ ତାଙ୍କୁ ଏଭଳି କାର୍ଯ୍ୟ ବଜାୟ ରଖିବାକୁ କହିଥିବା ରାଜୁ କହିଛନ୍ତି।

Comments are closed.