ସିକ୍କିମ୍‍ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ପ୍ରେମ୍‍ ସିଂହ ଗୋଲେ

ଗ୍ୟାଙ୍ଗ୍‍ଟକ୍‍ : ସିକ୍କିମ୍‍ କ୍ରାନ୍ତିକାରୀ ମୋର୍ଚ୍ଚା ଏସକେଏମ୍‍ର ଅଧ୍ୟକ୍ଷ ତଥା ବିଧାୟକ ଦଳ ନେତା ପ୍ରେମ୍‍ ସିଂହ ଗୋଲେ ସିକ୍କିମ୍‍ର ନୂତନ ମୁଖ୍ୟମନ୍ତ୍ରୀ ଭାବେ
ଶପଥ ଗ୍ରହଣ କରିବେ । ଗ୍ୟାଙ୍ଗ୍‍ଟକ୍‍ର ପାଲ୍‍ଜୋର୍‍ ଷ୍ଟାଡିୟମ୍‍ଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ସିକ୍କିମ୍‍ ରାଜ୍ୟପାଳ ଗଙ୍ଗା ପ୍ରସାଦ, ସରକାର ଗଠନ ନେଇ ପ୍ରେମ୍‍ ସିଂହ ଗୋଲେଙ୍କ ଦାବିକୁ ଗ୍ରହଣ କରିବା ସହ ନୂଆ ସରକାର ଗଠନ କରିବାପାଇଁ ତାଙ୍କୁ ଆମନ୍ତ୍ରଣ କରିଛନ୍ତି। ଶପଥଗ୍ରହଣ ଉତ୍ସବ ସାଧାରଣ ଜନତାଙ୍କ ପାଇଁ ଉନ୍ମୁକ୍ତ ରହିବ। ଉତ୍ସବରେ ହଜାର ହଜାର ସଂଖ୍ୟାରେ ସମର୍ଥକ ଓ ଦଳୀୟ
କର୍ମକର୍ତ୍ତା ଯୋଗଦେବାର ଅନୁମାନ କରାଯାଉଛି । ଏସକେଏମ୍‍ ଦଳ ୨୫ ବର୍ଷ ଧରି ପୱନ୍‍ ଚାମ୍‍ଲିଙ୍ଗ୍‍ଙ୍କ ନେତୃତ୍ୱରେ ସିକ୍କିମ୍‍ରେ ଶାସନ କରିଆସୁଥିବା ଏସ୍‍ଡିଏଫ୍‍ ଦଳକୁ ପରାଜିତ କରିଛି। ୩୨ ଆସନ ବିଶିଷ୍ଟ ସିକ୍କିମ୍‍ ବିଧାନସଭାରେ ଏସକେଏମ୍‍ ୧୭ଟି ଆସନ ପାଇଥିବାବେଳେ
ଏସ୍‍ଡିଏଫ୍‍ କୁ ୧୫ଟି ଆସନ ମିଳିଛି।

 

Comments are closed.