ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

0

ଦ୍ୱାରଶୁଣି: ପୁଣି ଥରେ ଜଣେ ଗର୍ଭବତୀଙ୍କୁ ଖଟିଆରେ ବୁହା ହେବା ଘଟଣା ସାମ୍‌ନାକୁ ଆସିଛି। ଏପରି ଘଟଣା ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ପ୍ରସୂତି ଜଣକ ହେଲେ କାଳୁ ସିଂ ର ସ୍ତ୍ରୀ ଝୁମି ସିଂ। ଝୁମିଙ୍କ ପ୍ରସବ ବେଦନା ହେବାରୁ ‌ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ମାତ୍ର ଚାଉଳଘରି ଗ୍ରାମକୁ ଆମ୍ବୁଲାନ୍ସ ଆସିବାକୁ ରାସ୍ତା ନଥିବାରୁ ଝୁମିଙ୍କୁ ପରିବାର ଲୋକେ ଖଟିଆରେ ବୋହି ନେଇଥିଲେ। ଖଟିଆରେ ବୋହି ନାଳ ସେପାଖରେ ଥିବା ଆମ୍ବୁଲାନ୍ସ ପର୍ୟ୍ୟନ୍ତ ନେଇଥିଲେ। ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ତାଙ୍କୁ ବାରିପଦା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply