୨କିମି ଖଟିଆରେ ବୁହାହେଲେ ଗର୍ଭବତୀ

କାଶୀପୁର : ସରକାରଙ୍କ ଯୋଜନା ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ଅପହଞ୍ଚ। ଫଳରେ ଲୋକଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚି ପାରୁନିହିଁ। ଫଳରେ ଜନନୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଗର୍ଭବତୀ ମହିଳା।  ସେ ଯାହାବି ହେଉ ସବୁ ଥାଇ ମଧ୍ୟ ଯନ୍ତ୍ରଣାରେ ଛଟପଟ ନିରୀହ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳା।

ରାୟଗଡ ଜିଲା କାଶୀପୁର ବ୍ଲକରେ ବାରମ୍ବାର ଜନନୀ ଯନ୍ତ୍ରଣା ଶିରୋନାମା ପାଲଟିଥିବା ବେଳେ ପ୍ରଶାସନର ଆନ୍ତରିକତା ଅଭାବରୁ ଗୋଟିଏ ପରେ ଗୋଟିଏ ଜନନୀ ଯନ୍ତ୍ରଣା ଫର୍ଦ୍ଦ ଯୋଡି ହେଉଛି। ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା କାଶୀପୁର ବ୍ଲକରେ। ଗାଁ କୁ ପକ୍କା ସଡକ ନାହିଁ । ଶେଷରେ ୧୦୨ ଆମ୍ବୁଲାନ୍ସ ଚାଳକ ପରୀକ୍ଷିତ ନାଏକ, ଆଶା ଦିଦି, ଅଙ୍ଗନବାଡି କର୍ମୀ, ଏଏନଏମ ଦିଦି  ଏବଂ ପରିବାର ଲୋକଙ୍କ ସହାୟତାରେ  ଗର୍ଭବତୀଙ୍କୁ ଖଟିଆରେ ୨ କିମି ବୋହି ଆମ୍ବୁଲାନ୍ସକୁ ଆଣି ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରରେ ଛଡାଯାଇଥିବା ସୂଚନା ମିଳଛି।

ମିଳିଥିବା ଖବର ଅନୁଯାଇ ବାଙ୍କାମ୍ବ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିନ୍ଦେର ପଦର ଗ୍ରାମର କୁମାର ବାଡେକାଙ୍କ ସ୍ତ୍ରୀ ଜାନକି ବାଡେକା ଆଜି ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ଏନେଇ ୧୦୨ ଆମ୍ବୁଲାନ୍ସକୁ କଲ କରାଯାଇଥିଲା। ୧୦୨ ଆମ୍ବୁଲାନସ ଗ୍ରାମଠାରୁ ପ୍ରାୟ ୨ କିମି ଦୁର ଅଟକିଯାଇଥିଲା। ଫଳରେ ଖଟିଆ ସାହାଯ୍ୟରେ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।

Comments are closed.