ମୁଣ୍ଡଫଟା ଖରାରେ ଗର୍ଭବତୀ ପୁଲିସ ଅଧିକାରୀ ଲୋକଙ୍କୁ ବୁଝାଉଛନ୍ତି କୋଭିଡ ନିର୍ଦ୍ଦେଶାବଳୀ, ଦେଖନ୍ତୁ ଭିଡିଓ

ଏକ ବ୍ୟସ୍ତବହୁଳ ରାସ୍ତାରେ ନିଜ କର୍ତ୍ତବ୍ୟ କରୁଥିବା ଓ ଲୋକମାନଙ୍କୁ ଲକଡାଉନ ନିର୍ଦ୍ଦେଶାବଳୀ ମାନିବାକୁ ଜଣେ ଗର୍ଭବତୀ ପୁଲିସ ଡ଼ିଏସପି ନିବେଦନ କରୁଥିବା ଭିଡିଓ ଆଜି ଇଣ୍ଟରନେଟରେ ଭାଇରାଲ ହେବା ପରେ ଜନସାଧାରଣଙ୍କୁ ବ୍ୟଥିତ କରିଛି। ସେହି ଭିଡିଓରେ ସମ୍ପୃକ୍ତ ସମ୍ମୁଖ ଯୋଦ୍ଧା ଯିଏ କି ୫ ମାସର ଗର୍ଭବତୀ, ଧୁଧୁ ଖରାରେ ଗ୍ରୀଷ୍ମର ପ୍ରକୋପକୁ ଖାତିର ନ କରି ଅନ୍ୟ ପୁଲିସ ଅଧିକାରୀଙ୍କ ସହ କର୍ତ୍ତବ୍ୟ କରୁଛନ୍ତି।

ଏହି ଭିଡିଓରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୁଲିସ୍ ଶିଳ୍ପା ସାହୁ ଯେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ସମସ୍ତ କୋଭିଡ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରୁଛନ୍ତି। ଡ଼ିଏସପି ସାହୁଙ୍କୁ ଛତିଶଗଡର ବସ୍ତର ଡିଭିଜନର ଦନ୍ତେୱାଡା ମାଓବାଦୀ ପ୍ରଭାବିତ ସହରରେ ନିଯୁକ୍ତ କରାଯାଇଛି। ଭିଡିଓ କ୍ଲିପରେ ଗର୍ଭବତୀ ଶିଳ୍ପା ସାହୁ ରାସ୍ତାରେ ଠିଆ ହୋଇ ହାତରେ ଏକ ବାଡ଼ି ଧରି ଟ୍ରାଫିକ୍ ନିୟନ୍ତ୍ରଣ କରୁଛନ୍ତି ଏବଂ ନିଜେ ଫେସ ସୀଲଡ଼ ପିନ୍ଧିଛନ୍ତି।

ଖରାରେ ଛିଡ଼ାହୋଇ ସେ ଲୋକମାନଙ୍କୁ ପଚାରୁଛନ୍ତି ଯେ ସେମାନେ ସାମାଜିକ ଦୂରତା ଭଳି କୋଭିଡ ନିର୍ଦ୍ଦେଶାବଳୀ ପାଳନ କରୁଛନ୍ତି କି ନାହିଁ। ଏହି ଭିଡିଓ କ୍ଲିପଟି ସମସ୍ତଙ୍କ ପାଇଁ ଏକ ଉଦାହରଣ ଏବଂ ଏକ ବାର୍ତ୍ତା ମଧ୍ୟ ଦେଉଛି ଯେ ଯଦି ଜଣେ ୫ ମାସର ଗର୍ଭବତୀ ଆରାମ ନ କରି, ପ୍ରତିଦିନ ନିଜ ଜୀବନକୁ ବିପଦରେ ପକାଇ କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସଚେତନ କରାଉଛନ୍ତି, ତା ହେଲେ ଆମେ କାହିଁକି ନିୟମ ଅନୁସରଣ କରିବା ନାହିଁ।

ଭିଡିଓଟି ଏଭଳି ଏକ ସମୟରେ ଆସିଛି ଯେତେବେଳେ ଭାରତ କୋଭିଡ -୧୯ ସଂକ୍ରମଣ କ୍ଷେତ୍ରରେ ପ୍ରତିଦିନ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

Comments are closed.