ମୌସୁମୀ ଆସିବାରେ ବିଳମ୍ବ , ୬୫ବର୍ଷ ପରେ ପ୍ରାକ ମୌସୁମୀ ମରୁଡି ସ୍ଥିତି

ନୂଆଦିଲ୍ଲୀ . – ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଆସିବାରେ ବିଳମ୍ବ ହେଉଛି । କେରଳରେ ଏହା ଜୁନ୍‌ ୬ରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଚଳିତ ବର୍ଷ ଦେଶରେ ଆଜି ପର୍ଯ୍ୟନ୍ତ ହାରାହାରି ବର୍ଷା ମାତ୍ର ୯୯ ମିଲିମିଟର ପ୍ରାକମୌସୁମୀ ବର୍ଷା ହୋଇଛି । ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ ୬୫ ବର୍ଷ ମଧ୍ୟରେ ଏବେ ସବୁଠାରୁ ବଡ ପ୍ରାକ ମୌସୁମୀ ମରୁଡି ସ୍ଥିତି ଦେଖାଦେଇଛି । ୧୯୫୪ ମସିହାପରେ ଏପରି ପରିସ୍ଥିତି ଦେଖାଦେଇଥିବା ପାଣପାଗ ବିଭାଗର ତଥ୍ୟରୁ ସୂଚନା ମିଳିଛି । ୧୯୫୪ ମସିହାରେ ୯୩.୯ ମମି ବର୍ଷା ହୋଇଥିଲା । ୨୦୦୯ରେ ୯୯ ମିମି ବର୍ଷା ହୋଇଥିଲା । ୨୦୧୯ରେ ପୁଣି ୯୯ ମିମି ବର୍ଷା ହୋଇଛି ।

ଚଳିତ ବର୍ଷ ମହାରାଷ୍ଟ୍ରରେ ସବୁଠାରୁ କମ୍‌ ବର୍ଷା ହୋଇଛି । ଏହା ବ୍ୟତୀତ ଗୁଜୁରାଟର ସୌରାଷ୍ଟ୍ରରେ କମ୍‌ ବର୍ଷା ହୋଇଛି । ଚଳିତ ଥର ପ୍ରାକ ମୌସୁମୀ ବର୍ଷା କମ୍‌ ହୋଇଛି । ପ୍ରାକ ମୌସୁମୀ ବର୍ଷା କମ୍‌ ହୋଇଥିବାରୁ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି ।

Comments are closed.