ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଛାତ୍ର ବିଜେଡି ପକ୍ଷରୁ ଦୀପଦାନ ଓ ପୂଜାର୍ଚ୍ଚନା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ଆଶୁ ଆରୋଗ୍ୟ କାମନା କରି ପାଟଣା ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡି ପକ୍ଷରୁ ପାଟଣା ଆନନ୍ଦେଶ୍ୱର ମନ୍ଦିରରେ ଦୀପଦାନ ଏବଂ ପୂଜାର୍ଚ୍ଚନା କରାଯାଇଛି। ପାଟଣା ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡି ସଭାପତି ବିପ୍ଳବ କୁମାର ପୃଷ୍ଟିଙ୍କ ସମେତ ଛାତ୍ର ନେତା ଗୌତମ ଚନ୍ଦ୍ର ମହାନ୍ତ, ଅଭିଷେକ ମହାନ୍ତ, ହରିଶଚନ୍ଦ୍ର ମହାନ୍ତ, କମଳ ଲୋଚନ ବାରିକ, ଦେବପ୍ରସାଦ ମହାନ୍ତ, ଘନଶ୍ୟାମ ତରେଇ ପ୍ରମୁଖ ସାମିଲ ହୋଇ ଦୀପ ଦାନ କରି ବିଧାୟକଙ୍କ ଦୃତ ଆରୋଗ୍ୟ କାମନା କରିଛନ୍ତି ।

Comments are closed.