କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିରବ ପ୍ରାର୍ଥନା

ବୌଦ୍ଧ: କରୋନା ବିରୋଧରେ ସଂଗ୍ରାମ ଜାରି ରଖିଥିବା କୋଭିଡ ଯୋଦ୍ଧାମାନଙ୍କ ସମ୍ମାନାର୍ଥେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ବୌଦ୍ଧଜିଲ୍ଳାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନିରବ ପ୍ରାର୍ଥନା କରାଯାଇଛି। ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ସମସ୍ତ କର୍ମଚାରୀ ଏକାଠି ସାମାଜିକ ଦୂରତା ରକ୍ଷା କରିବା ସହ ନିରବ ପ୍ରାର୍ଥନା କରିବା ସହିତ କୋଭିଡ ଯୋଦ୍ଧା ଭାବରେ କାର୍ୟ୍ୟ କରିବାକୁ ଶପଥ ପାଠ କରିଥିଲେ। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକ, ଉପଜିଲ୍ଲପାଳ ଅଶ୍ୱନୀ କୁମାର ମେହେରଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ସମେତ ଜିଲ୍ଲା ସାମ୍ବାଦିକ ସଂଘ ଓ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ କୋଭିଡ ଯୋଦ୍ଧାମାନଙ୍କ ପାଇଁ ନିରବ ପ୍ରାର୍ଥନା ସହିତ ଶପଥ ପାଠ କରାଯାଇଥିଲା।

Comments are closed.